ବଢ଼ୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ସମ୍ଭାବ୍ୟ ବନ୍ୟାକୁ ନେଇ ହୋଇଛି ପ୍ରସ୍ତୁତି

ସମ୍ବଲପୁର: ଛତିଶଗଡ଼ କଲମା ବ୍ୟାରେଜର ୬୬ ଗେଟ୍ ଖୋଲିବା ପରେ ହୀରାକୁଦକୁ ଜଳ ପ୍ରବାହ ବଢ଼ିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି । ହୀରାକୁଦର ଜଳସ୍ତର ବହୁତ କମ୍ ଥିଲା । ବର୍ତ୍ତମାନ ହୀରାକୁଦର ଜଳସ୍ତର ପ୍ରାୟ ୬୦୩.୬ ମିଟର ରହିଛି । ହୀରାକୁଦକୁ ହାରାହାରି ଇନଫ୍ଲୋ ହେଉଛି ପାଖାପାଖି ୮୦ ହଜାର କ୍ୟୁସେକ୍ ଜଳ । ୨୪ ଘଣ୍ଟା ପରେ ଜଳସ୍ତର ୬୦୫.୩ ମିଟର ପାଖାପାଖି ହେବ ।

ହୀରାକୁଦ ଜଳସ୍ତର ବହୁତ ତଳେ ଥିବାରୁ ଆମେ ଅଧିକ ଜଳ ଚାହୁଁଛୁ । ବିଦ୍ୟୁତ ଉତ୍ପାଦନ ପାଇଁ ଆମେ ଅଧିକ ଜଳ ଆଶା କରାଯାଉଛି । ଚାଷ କାମ ଆରମ୍ଭ ହେବାରୁ ଜଳସେଚନ ପାଇଁ ମଧ୍ୟ ପାଣି ଦରକାର । ଜୁଲାଇ ୩୧ ସୁଦ୍ଧା ହୀରାକୁଦ ଜଳସ୍ତର ୬୦୫ ମିଟର ହେବା କଥା । ୬୦୫ ମିଟର ଜଳସ୍ତର ନହେଲେ ଜଳସେଚନ ପାଇଁ ସମସ୍ୟା ହେବ । ସମ୍ଭାବ୍ୟ ବନ୍ୟାକୁ ନେଇ ପ୍ରସ୍ତୁତି ବୈଠକ ହୋଇଛି । ବିଭିନ୍ନ ସ୍ତରରେ ବୈଠକ ହୋଇ ବିଭିନ୍ନ ନିର୍ଦ୍ଦେଶ ଦିଆଯାଇଛି । ଘାଇ ଓ ଘଳିଆ ମରାମତି ସରିଛି । ଗତ ବର୍ଷ ମହାନଦୀରେ ୧୨ ଲକ୍ଷ କ୍ୟୁସେକରୁ ଅଧିକ ଜଳ ଆସିଥିଲା । ଆମେ ସଫଳ ମୁକାବିଲା କରିଥିଲୁ । ସାମ୍ଭାବ୍ୟ ବନ୍ୟା ମୁକାବିଲା ଲାଗି ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ।