ଉପରମୁଣ୍ଡରେ ଲଗାଣ ବର୍ଷା ,ବଢ଼ୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର: ବଢୁଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ସକାଳ ୬ଟା ସୁଦ୍ଧା ୬୧୧.୦୪ ଫୁଟରେ ପହଂଚିଲା ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢିଚାଲିଛି ବନ୍ୟାଜଳ ପ୍ରବେଶର ମାତ୍ରା । ପ୍ରତି ସେକେଣ୍ଡରେ ଡ୍ୟାମକୁ ପ୍ରବେଶ କରୁଛି ୧ ଲକ୍ଷ ୪୭ ହଜାର ୪୬୮ ଘନଫୁଟ ବନ୍ୟାଜଳ । ନିଷ୍କାସିତ ହେଉଛି ୩୯ ହଜାର ୧୩୭ ଘନଫୁଟ ବନ୍ୟାଜଳ ।