ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ବଢ଼ୁଛି ବନ୍ୟାଜଳ

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳ ଭଣ୍ଡାରକୁ ଆହୁରି ବଢ଼ୁଛି ବନ୍ୟାଜଳ ପ୍ରବେଶ ମାତ୍ରା । କଲମାର ସମସ୍ତ ଗେଟ୍ ଖୋଲାଥିବାବେଳେ ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୯୨ ହଜାର ୫୭୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଛି । ୩୫ ହଜାର ୧୫୯ ଘନଫୁଟ ଜଳ ବିଭିନ୍ନ କେନାଲ ଦେଇ ନିଷ୍କାସିତ ହେଉଛି । ସେପଟେ ୬୦୬.୪୧ ଫୁଟରେ ପହଞ୍ଚିଲାଣି ହୀରାକୁଦ ଡ୍ୟାମର ଜଳସ୍ତର ।