କିଛି ବର୍ଷା ହେଲେ ଟଳିନି ବିପଦ, ଜଳକା ନଦୀର ବିପଦ ସଂକେତ ଟପିଲା ଜଳସ୍ତର

ଜଳେଶ୍ୱର:  କମିଛି ବର୍ଷା ହେଲେ ଟଳିନି ବିପଦ। ବିପଦ ସଂକେତ ଉପରେ ରହିଛି ଜଳକା ନଦୀ। ଲଗାଣ ବର୍ଷା ଫଳରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକାର ଜଳସ୍ତର। ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ସକାଳା ୮ଟା ସୁଧା ଜଳସ୍ତର ବୃଦ୍ଧି ପାଇ ୫.୭୭ ମିଟରରେ ପ୍ରବାହିତ ହେଉଛି। ଜଳକା ନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର।

Leave a Reply