ଅଡୁଆରେ ସନ୍ଦୀପ ସିଂ ; ଜିମରେ ଦେଖା, ଇନଷ୍ଟାଗ୍ରାମରେ ଯୋଗାଯୋଗ, ଆଉ…

ଚଣ୍ଡିଗଡ଼ :  ହରିଆଣାର ପୂର୍ବତନ ମନ୍ତ୍ରୀ ସନ୍ଦୀପ ସିଂଙ୍କ ଯୌନ ଶୋଷଣ ମାମଲା । ଚଣ୍ଡୀଗଡ ସେକ୍ଟର ୨୬ ପୋଲିସ ଷ୍ଟେସନରେ ପୀଡିତାଙ୍କ ବୟାନ ହୋଇଛି ରେକର୍ଡ । ଜୁନିଅର କୋଚଙ୍କ ପକ୍ଷରୁ ଯୌନ ଶୋଷଣ ଅଭିଯୋଗ କ୍ରମେ ଅଲିମ୍ପିଆନଙ୍କ ନାମରେ ମାମଲା ରୁଜୁ କରିଥିଲା ଚଣ୍ଡୀଗଡ଼ ପୋଲିସ ।

ମହିଳାଜଣକ ଅଭିଯୋଗ କରିଥିଲେ ଏକ ଜିମରେ ତାଙ୍କ ସହ ସନ୍ଦୀପଙ୍କର ସାକ୍ଷାତ ହୋଇଥିଲା । ପରେ ସନ୍ଦୀପ ଇନଷ୍ଟାଗ୍ରାମରେ ଯୋଗସୂତ୍ର ରକ୍ଷା କରିଥିଲେ । ନ୍ୟାସନାଲ ଗେମ୍ସ ସାର୍ଟିଫିକେଟ ନେବା ଲାଗି ସାକ୍ଷାତ କରିବା ସକାଶେ ମନ୍ତ୍ରୀ ତାଙ୍କୁ କହିଥିଲେ । ପରେ ସେ ମନ୍ତ୍ରୀଙ୍କ ଘର ତଥା କ୍ୟାମ୍ପ ଅଫିସରେ ପହଞ୍ଚିବା ପରେ ତାଙ୍କ ପ୍ରତି ମନ୍ତ୍ରୀ ଯୌନଗତ ଆଚରଣ ପ୍ରଦର୍ଶନ କରିଥିଲେ ।

ମହିଳାଙ୍କ ଅଭିଯୋଗ ପରେ ଅଡୁଆ ଭିତରକୁ ଚାଲିଯାଇଥିଲେ କୁରୁକ୍ଷେତ୍ର ପେହୋଓ୍ବାର ବିଜେପି ବିଧାୟକ । ତାଙ୍କ ବିରୋଧରେ ବିଭିନ୍ନ ମାମଲା ରୁଜୁ ହେବା ପରେ ମନ୍ତ୍ରୀ ଇସ୍ତଫା ଦେଇଥିଲେ ।