spot_img

Latest Posts

ଗାଡ଼ି ନମ୍ବର ପ୍ଲେଟ୍‌ରେ ରଙ୍ଗ ବୋଳି ଟ୍ରାଫିକ ଚେକିଂରେ ଚକ୍‌ମା ଦେଉଥିଲେ, ମାଡ଼ିବସିଲା ଟ୍ରାଫିକ୍‌ ପୋଲିସ୍‌

ଭୁବନେଶ୍ୱର: ଟ୍ରାଫିକ ଚେକିଂରୁ ବଞ୍ଚିବା ପାଇଁ ବାଇକ ନମ୍ବର ପ୍ଲେଟରେ ରଙ୍ଗ ବୋଳିଥିବା ଯୁବକଙ୍କୁ ଧରିଲା ଭରତପୁର ପୋଲିସ। ଅଟକ ଥିବା ଯୁବକ ଜଣକ ହେଲେ ଭରତପୁର ଅଞ୍ଚଳର ସୁକାନ୍ତ ପ୍ରଧାନ। ପୂର୍ବରୁ ସୁକାନ୍ତଙ୍କ ଗାଡ଼ି ନାଁରେ ୬ ହଜାର ଟଙ୍କା ଜରିମାନା ବକେୟା ଅଛି। ଗତ ବର୍ଷରୁ ପାଞ୍ଚ ଥର ତାଙ୍କ ନାଁରେ ଫାଇନ ପଡିଛି। ଯାହାକୁ ସେ ପଇଠ କରିନଥିଲେ। କାଳେ ସେ ଟ୍ରାଫିକ୍ ଚେକିଂରେ ଆଉଥରେ ଧରାପଡ଼ିଯିବେ ସେଥିପାଇଁ ଗାଡି ନମ୍ବର ପ୍ଲେଟରେ ରଙ୍ଗ ବୋଳି ଚକମା ଦେଉଥିଲେ। ଜାଡ଼ିର ନମ୍ବର OD33AB 8762 ଥିବେଳେ ସୁକାନ୍ତ ସେଥିରୁ ବିକୁ ରଙ୍ଗ ମାରି ଲିଭାଇ ଦେଇଥିଲେ।

ଏମିତି ବହୁଦିନରୁ କରିଆସୁଥିଲେ ସୁକାନ୍ତ। ଅନେକ ଥର ମଧ୍ୟ ଟ୍ରାଫିକକୁ ଚକମା ଦେଇଛନ୍ତି। ହେଲେ ଆଜି ଘାଟିକିଆ ଛକରେ ଟ୍ରାଫିକ ଚେକିଂ ବେଳେ ପୋଲିସ ହାବୁଡ଼ରେ ପଡିଥିଲେ ସୁକାନ୍ତ। ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ମାଡ଼ିବସିଥିଲା ପୋଲିସ୍‌। ଗାଡ଼ିର ସବିଶେଷ ତଥ୍ୟ ପୋଲିସ ଆପରେ ଚେକିଂ ପରିବା ପରେ ସୁକାନ୍ତଙ୍କ ଗାଡ଼ି ନାଁରେ ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗ ସାମ୍ନାକୁ ଆସିଥିଲା। ଏହାସହ ଗାଡି ନାଁରେ ୬ ହଜାର ଟଙ୍କା ଫାଇନ ଥିବା ଜାଣିବାକୁ ପାଇଥିଲା ପୋଲିସ।

Latest Posts

Don't Miss