ଅନ୍ତର୍ଜାତୀୟସ୍ତରର ଷ୍ଟାଡିୟମ୍‌ ନିର୍ମାଣରୁ ଇଣ୍ଟରନ୍ୟାସନାଲ ମ୍ୟାଚ୍ : ଜାଣନ୍ତୁ କିଏ ଦେଇଥିଲେ ପ୍ରସ୍ତାବ, କେମିତି ହେଇଥିଲା କାର୍ଯ୍ୟକାରୀ

୨୦୧୮  ହକି ବିଶ୍ୱକପକୁ ସୁରଖୁରୁରେ ଏବଂ ସଫଳତାର ସହ ଆୟୋଜନ କରିବାର ଫଳ ମିଳିଛି କଳିଙ୍ଗ ଷ୍ଟାଡ଼ିୟମକୁ। ଯେଉଁଥିପାଇଁ ପୁଣିଥରେ ୨୦୨୩ ହକି ବିଶ୍ୱକପ ଆୟୋଜନ କରିବାର ଅଧିକାର କଳିଙ୍ଗ ଷ୍ଟାଡ଼ିୟମ ସହ ରାଉରକେଲାକୁ ମିଳିଛି। ହକି ଇତିହାସରେ ଲଗାତର ଗୋଟିଏ ଭେନ୍ୟୁରେ ଦୁଇ ଦୁଇ ଥର ବିଶ୍ୱକପ ଆୟୋଜନ ପ୍ରଥମ ଘଟଣା ହେବାକୁ ଯାଉଛି। ହେଲେ ଆପଣ ଯେଉଁ କଳିଙ୍ଗ ଷ୍ଟାଡ଼ିୟମ ଏବେ ଦେଖୁଛନ୍ତି ତାହା କେମିତି ତିଆରି ହୋଇଥିଲା। ଏହା ପଛରେ କେଉଁମାନଙ୍କର ଭୂମିକା ରହିଥିଲା। କିଭଳ ଏକ ଛୋଟିଆ ଦ୍ରୁମରୁ ବିଶାଳ ବର ଗଛରେ ପରିଣତ ହୋଇପାରିଲା କଳିଙ୍ଗ ଷ୍ଟାଡ଼ିୟମ। ପଢ଼ନ୍ତୁ ନନ୍ଦିଘୋଷ ଟିଭିର ସ୍ୱତନ୍ତ୍ର ରିପୋର୍ଟ…

୨୦୦୩ ମସିହା, ସେତେବେଳେ ଭାରତୀୟ ପୁୁରୁଷ ହକି ଦଳର ଅଧିନାୟକ ଥାନ୍ତି ଦିଲ୍ଲୀପ ତିର୍କୀ। ଏହି ସମୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ଏକ ୟୁଥ ଫେଷ୍ଟିଭାଲ୍‌ରେ ଯୋଗଦେବାା ପାଇଁ ଭୁବନେଶ୍ୱର ଆସିଥାନ୍ତି ଦୀଲ୍ଲୀପ ତିର୍କୀ । ଏହି ସଭାରେ ଦିଲ୍ଲୀପ ତିର୍କୀ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ସଭାରେ ପାଖାପାଖି ବସିଥିବା ବେଳେ ହଠାତ ଦିଲ୍ଲୀପ ତିର୍କୀଙ୍କ ମୁଣ୍ଡରେ ହକି ଷ୍ଟାଡ଼ିୟମ କଥା ଜୁଟିଥିଲା, ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ, କଲିଙ୍ଗ ଷ୍ଟାଡ଼ିୟମ ପରିସରରେ ଏକ ହକି ଷ୍ଟାଡ଼ିୟମ ନିର୍ମାଣ କରିବା ପାଇଁ। ମୁଖ୍ୟମନ୍ତ୍ରୀ ଦିଲ୍ଲୀପଙ୍କ ଠାରୁ ଏହି କଥା ଶୁଣି ସଙ୍ଗେ ସଙ୍ଗେ କହିଥିଲେ, ‘ଏକ ପ୍ରପୋଜାଲ୍‌ ବନାକେ ଲିଖ୍‌ କେ ଦିଜିଏ’।

ଏହାସହ ମୁଖ୍ୟମନ୍ତ୍ରୀ ଦିଲ୍ଲୀପ ତିର୍କୀଙ୍କୁ ଏହା ମଧ୍ୟ କହିଥିଲେ ‘ଏ ଷ୍ଟାଡ଼ିୟମ ଦେଶକା ସବସେ ଆଛା ଷ୍ଟାଡ଼ିୟମ୍‌ ହୋନା ଚାହିହେ’ । ଏହାଶୁଣି ଦିଲ୍ଲୀପଙ୍କ ଭିତରେ ଖୁସିର ସୀମା ରହିନଥିଲା। ମାତ୍ର ଏକ ସପ୍ତାହ ଭିତରେ ହକି ଷ୍ଟାଡ଼ିୟମ ପାଇଁ ପ୍ରପୋଜାଲ ବନେଇକି ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହାର ମାତ୍ର ଏକ ମାସ ମଧ୍ୟରେ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଏକ ହକି ଷ୍ଟାଡ଼ିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ସଙ୍ଗେସଙ୍ଗେ ୧ କୋଟି ଟଙ୍କା ମଞ୍ଜୁର କରିଥିଲେ।

ଏହାଥିଲା ୨୦୦୩ ମସିହାର କଥା, ଏହାରି ମଧ୍ୟରେ ୧୬ ବିତିଗଲାଣି। କଳିଙ୍ଗ ଷ୍ଟାଡ଼ିୟମ ଗୋଟିଏ ବିଶ୍ୱକପ ସହ ଅନେକ ବିଶ୍ୱସ୍ତରୀୟ ହକି ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରି ସାରା ବିଶ୍ୱରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। ଏହାସହ ୨୦୨୩ ବିଶ୍ୱକପ ମଧ୍ୟ ମଧ୍ୟ ହୋଷ୍ଟ କରିବାକୁ ଯାଉଛି। ଦିନେ ମୁଖ୍ୟମନ୍ତ୍ରୀ କହିଥିଲେ କଳିଙ୍ଗ ଷ୍ଟାଡ଼ିୟମ ଦେଶର ସବୁଠୁ ଭଲ ଷ୍ଟାଡିୟମ ହେବା ଦରକାର। ହେଲେ କଳିଙ୍ଗ ଷ୍ଟାଡ଼ିୟମ ଏବେ କେବଳ ଦେଶ ଭିତରେ ନୁହେଁ ସାରା ବିଶ୍ୱର ଏକ ଭଲ ଷ୍ଟାଡ଼ିୟମ ରୂପରେ ଗଣା ହେଉଛି। ୨୦୧୮ ହକି ବିଶ୍ୱକପ ଯେଉଁଭଳି ଆୟୋଜନ ହେଲା ଏହା ଦେଖି ବିଶ୍ୱ ହକି ସଂଘ ମଧ୍ୟ ପ୍ରଶଂସା ନ କରି ରହିପାରିନଥିଲା। ପୂର୍ବରୁ କେବେ ବି ଏଭଳି ଲୋକପ୍ରିୟ ଏବଂ ରଙ୍ଗାରଙ୍ଗ ହକି ବିଶ୍ୱକପ କେବେ କେହି ଦେଖିନଥିବା କଥା କହିଥିଲା ବିଶ୍ୱ ହକି ସଂଘ।

୨୦୦୩ରୁ ୨୦୨୩ ଏକ ଲମ୍ବା ସମୟ। କିଏ ଜଣିଥିଲା ଏହି କଳିଙ୍ଗ ଷ୍ଟାଡ଼ିୟମ ଦୁଇ ଦୁଇଟି ବିଶ୍ୱ କପ ସହ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରିବ ବୋଲି। ମୁଖ୍ୟମନ୍ତ୍ରୀଙ୍କ କ୍ରୀଡ଼ା ପ୍ରତି ଥିବା ଭଲପାଇବା ଯୋଗୁ ଆଜି ଓଡ଼ିଶା ସାରା ବିଶ୍ୱରେ ସ୍ପାେର୍ସ ଡେଷ୍ଟିନେସନ ହୋଇପାରିଛି।

Leave a Reply