ପୂର୍ବ ସିରିଆରେ ଅବସ୍ଥିତ ଇରାନଭିତ୍ତିକ ଏକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା

1 min read

ନନ୍ଦିଘୋଷ ବ୍ୟୁରୋ : ସିରିଆ ଉପରେ ପୁଣି ଆମେରିକାର ଏୟାରଷ୍ଟ୍ରାଇକ । ପୂର୍ବ ସିରିଆରେ ଅବସ୍ଥିତ ଇରାନଭିତ୍ତିକ ଏକ ଅସ୍ତ୍ରଶସ୍ତ୍ର ଗୋଦାମ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକୀୟ ଯୁଦ୍ଧ ବିମାନ । ଏନେଇ ସୂଚନା ଦେଇଛନ୍ତି ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ । ଏହି ହମଲାରେ ୯ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସିରିଆ ଉପରେ ଆମେରିକାର ଏହି ଆକ୍ରମଣ ଦ୍ବିତୀୟଥର ହୋଇଛି । ଆମେରିକୀୟ ସୈନ୍ୟଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ଏହି ଏୟାରଷ୍ଟ୍ରାଇକ ହୋଇଥିବା କୁହାଯାଇଛି । ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ ବା ଆଇଆରଜିସିର ଫାସିଲିଟି ସେଣ୍ଟରରେ ଆମେରିକାର ଏଫ-୧୫ ବୋମାବର୍ଷୀ ବିମାନ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି । ଇସଲାମିକ ବିଦ୍ରୋହ ନିୟନ୍ତ୍ରଣ କରିବା ଲାଗି ବର୍ତ୍ତମାନ ଇରାକରେ ୨ ହଜାର ୫୦୦ ଓ ସିରିଆରେ ୯୦୦ ଆମେରିକୀୟ ସୈନ୍ୟ ରହିଛନ୍ତି । ତେଣେ ୟେମେନରେ ହାଉଥି ଗ୍ରୁପ ପକ୍ଷରୁ ଆମେରିକାର ଏକ ଏମକ୍ୟୁ-୯ ଡ୍ରୋନକୁ ଖସାଇଦିଆଯାଇଥିବା ସୂଚନା ମିଳିଛି । U.S. Retaliates With Airstrikes on Iranian-Backed Militia Facilities in  Syria

ଜାଣନ୍ତୁ ଦିଲ୍ଲୀରେ ଜେମିତି ସ୍ଥିତି : ଦିଲ୍ଲୀରେ ବେଲଗାମ ପ୍ରଦୂଷଣ, ସରକାର କୃତ୍ରିମ ବର୍ଷା କରିବାକୁ କରୁଛନ୍ତି ଯୋଜନା

ସେପଟେ ଗାଜା ସିଟିରେ ହମାସ ବାହିନୀ ଓ ଇସ୍ରାଏଲ ବାହିନୀ ମଧ୍ୟରେ ତୁମୁଳ ସଂଘର୍ଷ ଚାଲିଛି । ହମାସର ଶହ ଶହ କିଲୋମିଟର ବ୍ୟାପୀ ଟନେଲଗୁଡିକୁ ଧ୍ବଂସ କରାଯାଉଛି । ସୈନ୍ୟ, ଅସ୍ତ୍ରଶସ୍ତ୍ର ପରିବହନ, ଚୋରାଚାଲାଣରେ ବ୍ୟବହୃତ ହେଉଥିବା ୧୩୦ ଟନେଲକୁ ବର୍ତ୍ତମାନ ସୁଦ୍ଧା ଧ୍ବଂସ କରାଯାଇଛି । ତେଣେ ଗାଜା ଅନ୍ତର୍ଗତ ଜାବାଲିଆ ଶରଣାର୍ଥୀ ଶିବିରରେ ଇସ୍ରାଏଲ ହମଲାରେ ପ୍ରାଣ ହରାଇଛନ୍ତି ୧୯ ଜଣ । ସେପଟେ ଜୀବନ ବିକଳରେ ଗାଜାରୁ ହଜାର ହଜାର ଲୋକଙ୍କ ପଳାୟନ ଜାରି ରହିଛି ।