spot_img

Latest Posts

ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ରକୁ ଖଣ୍ଡନ କଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ : ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଫାଇନାନ୍ସିଆଲ୍ ଟାଇମ୍ସ ଏହାର ଏକ ରିପୋର୍ଟରେ ଦାବି କରିଛି ଯେ ଆମେରିକାରେ ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା। କୁହାଯାଉଛି ଯେ ଆମେରିକା ମଧ୍ୟ ଭାରତ ସରକାରଙ୍କ ସହ ଏହି ପ୍ରସଙ୍ଗରେ ସାମିଲଅଛି । ରିପୋର୍ଟ ଅନୁଯାୟୀ, ଭାରତ ସରକାରଙ୍କ ସହ ପନ୍ନୁଙ୍କ ହତ୍ୟା ଷଡଯନ୍ତ୍ର ଆମେରିକା ସରକାର ଉଠାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହି ବିଷୟରେ ଜଣାଶୁଣା ବ୍ୟକ୍ତିମାନେ କହିଛନ୍ତି ଯେ ଏହି ଷଡଯନ୍ତ୍ରର ଲକ୍ଷ୍ୟ ଥିଲା ପନ୍ନୁ ‘ପନ୍ନୁ ଶିଖ୍ଶି ଫର ଜଷ୍ଟିସ୍’ର ମୁଖ୍ୟ ତଥା ଜଣେ ଆମେରିକୀୟ ଏବଂ କାନାଡିୟ ନାଗରିକ । ଭାରତ ସରକାର ଶିଖଙ୍କୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଘଟଣାରେ ପରିଚିତ ଲୋକମାନେ କହି ନାହାଁନ୍ତି ଯେ ଷଡଯନ୍ତ୍ରକାରୀମାନେ ଭାରତ ସହ ଏହି ପ୍ରସଙ୍ଗ ଉଠାଇବା କାରଣରୁ ଯୋଜନା ବଦଳାଇଛନ୍ତି ନା ଏଫବିଆଇର ହସ୍ତକ୍ଷେପ ଯୋଗୁଁ ଷଡଯନ୍ତ୍ର ରଦ୍ଦ ହୋଇଛି।

କିନ୍ତୁ ରିପୋର୍ଟରେ କୁହାଯାଇଛି ଯେ କାନାଡାର ଶିଖ ହାର୍ଦ୍ଦିକ ସିଂ ନିଜାରଙ୍କ ହତ୍ୟା ପରେ ପନ୍ନୁ ହତ୍ୟା ଷଡଯନ୍ତ୍ର ସମ୍ପର୍କରେ ଆମେରିକା ଏହାର କିଛି ସହଯୋଗୀଙ୍କୁ ସୂଚନା ଦେଇଛି । ଆମେ ଆପଣଙ୍କୁ କହି ରଖୁଛୁ ଯେ ଚଳିତ  ବର୍ଷ ସେପ୍ଟେମ୍ବରରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିଜାରଙ୍କ ହତ୍ୟାରେ ଭାରତର ହାତ ଥିବା ଅଭିଯୋଗ କରିଛନ୍ତି । ଏହି ସମ୍ପର୍କିରେ ଜଣେ ବ୍ୟକ୍ତି ନିଜର ପରିଚୟ ପ୍ରକାଶ ନକରିବା ସର୍ତ୍ତରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୁନ୍ ମାସରେ ଆମେରିକା ଗସ୍ତ ପରେ ଆମେରିକା ଭାରତ ସହିତ ଏହି ପ୍ରସଙ୍ଗରେ ସାମିଲ ଅଛି । ଭାରତକୁ ଦିଆଯାଇଥିବା କୂଟନୈତିକ ଚେତାବନୀ ବ୍ୟତୀତ ଆମେରିକା ଫେଡେରାଲ ଓକିଲ ମାନେ ନ୍ୟୁୟର୍କ ଜିଲ୍ଲା କୋର୍ଟରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଗୋପନୀୟ ମାମଲା ଦାୟର କରିଛନ୍ତି । ଫାଇନାନ୍ସିଆଲ୍ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ଆମେରିକାର ଜଷ୍ଟିସ୍ ବିଭାଗ ଏହି ଗୋପନୀୟ ମାମଲାରେ ହୋଇଥିବା ଅଭିଯୋଗକୁ ସାର୍ବଜନୀନ କରାଯିବ ନା ନିଜାର ହତ୍ୟା ମାମଲାର ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବ ସେନେଇ ଆଲୋଚନା ହେଉଛି । ଯେଉଁବ୍ୟକ୍ତିଙ୍କ ବିରୋଧରେ ଏହି ମାମଲା ପଞ୍ଜୀକୃତ ହୋଇଛି ସେ ଆମେରିକା ଛାଡିଛନ୍ତି । ଆମେରିକା ନ୍ୟାୟ ବିଭାଗ ଏବଂ ଏଫବିଆଇ ମଧ୍ୟ ଏ ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ଜାତୀୟ ସୁରକ୍ଷା ପରିଷଦ କହିଛି ଯେ ବର୍ତ୍ତମାନ ଆଇନଗତ ପ୍ରସଙ୍ଗ କିମ୍ବା ବ୍ୟକ୍ତିଗତ କୂଟନୈତିକ ଆଲୋଚନା ଉପରେ ଆମେରିକା କୌଣସି ମନ୍ତବ୍ୟ ଦେଉନାହିଁ, କିନ୍ତୁ ଆମେରିକୀୟ ନାଗରିକଙ୍କ ସୁରକ୍ଷା ସର୍ବାଧିକ। ପନ୍ନୁ ମଧ୍ୟ ଏ ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି। ଯେତେବେଳେ ପଚରାଗଲା ଆମେରିକୀୟ ପ୍ରଶାସନ ତାଙ୍କୁ ଏହି ଷଡଯନ୍ତ୍ର ବିଷୟରେ ଚେତାବନୀ ଦେଇଛି କି ନାହିଁ ? ଏହା ଉପରେ ପନ୍ନୁ କହିଛନ୍ତି ଯେ ସେ ଚାହୁଁଛନ୍ତି ଆମେରିକୀୟ ମାଟିରେ ମୋ ଜୀବନ ପ୍ରତି ବିପଦ ପ୍ରସଙ୍ଗରେ ଆମେରିକା ସରକାର ପ୍ରତିକ୍ରିୟା ଦିଅନ୍ତୁ । ପନ୍ନୁ କହିଛନ୍ତି ଯେ ଆମେରିକାର ନାଗରିକ ତଥା ଆମେରିକା ମାଟି ପ୍ରତି ବିପଦ ଆମେରିକାର ସାର୍ବଭୌମତ୍ୱ ପାଇଁ ଏକ ଆହ୍ୱାନ । ମୋର ବିଶ୍ୱା ଯେ ବାଇଡେନ ସରକାର ଏଭଳି କୌଣସି ଆହ୍ୱାନ ସମ୍ଭାଳିବାରେ ସକ୍ଷମ ଅଛନ୍ତି।

 

Latest Posts

Don't Miss