ବନ୍ଧୁକ ମୁନରେ ଅପହରଣ ଘଟଣା, ସାମ୍ନାକୁ ଆସିଲା ଘଟଣା ପଛର ସତ

ଗଞ୍ଜାମ: ଅପହରଣ ନୁହେଁ ଉଠାଇ ନେଇଥିଲା ପୋଲିସ । ଗଞ୍ଜାମରେ ଦୁଇ ଭାଇଙ୍କୁ ବନ୍ଧୁକ ମୁନରେ ଅପହରଣ ଅଭିଯୋଗ ଘଟଣା। ସାମ୍ନାକୁ ଆସିଲା ଘଟଣା ପଛର ସତ । କୌଣସି ଏକ କେସ୍‌ର ପ୍ରାଥମିକ ତଦନ୍ତ ପାଇଁ ଉଭୟ କୃଷ୍ଣ ଓ ପଞ୍ଚୁ ସାହୁଙ୍କୁ ଉଠାଇନେଇଥିଲା କର୍ଣ୍ଣାଟକ ପୋଲିସ । ବିଶାଖାପାଟଣାର ଏକ ହୋଟଲରେ ପଚରାଉଚରା ଚାଲିଥିଲା । କର୍ଣ୍ଣାଟକ ପୋଲିସ ସହ ଗଞ୍ଜାମ ଥାନାର ୨ ପୋଲିସ ଉପସ୍ଥିତ ଥିଲେ । ବର୍ତ୍ତମାନ ବିଶାଖାପାଟଣାର ସ୍ଥାନୀୟ ଥାନାରେ ୨ ଅଭିଯୁକ୍ତଙ୍କୁ ହାଜର କରାଯାଇଛି । ଏନେଇ ଗଞ୍ଜାମ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟପନ୍ଥାର ପ୍ରକ୍ରିୟା ଚାଲିଛି । ଗତକାଲି ରାତିରେ ପୁଇଁତୋଳା ଛକ ଜାତୀୟ ରାଜପଥ ଏକ ଢ଼ାବା ନିକଟ ଚା’ ଦୋକାନରୁ ଦୁଇ ଭାଇ କୃଷ୍ଣ ଚନ୍ଦ୍ର ସାହୁ ଏବଂ ପଞ୍ଚୁ ସାହୁଙ୍କୁ ଉଠାଇ ନେଇଥିଲା ପୋଲିସ ।