ଘର ଉପରେ ଓଲଟି ପଡ଼ିଲା ଟ୍ରକ୍‌, ଘରେ ଶୋଇଥିଲେ ବାପା-ମା’-ଝିଅ

1 min read

କେନ୍ଦୁଝର: ଅଳ୍ପକେ ବର୍ତ୍ତିଲେ ବାପା-ମା’-ଝିଅ । ଘରେ ଶୋଇଥିବା ବେଳେ ଅଚାନକ ଘର ଉପରେ ଓଲଟିଗଲା ଟ୍ରକ୍‌ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଟାଉନ ଥାନା ଷଠିଘର ସାହି ନିକଟରେ ।

ସୂଚନାଯୋଗ୍ୟ, ୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ପୁରୁଣା ବଜାର ଷଠିଘର ସାହିରେ ରୁହନ୍ତି ମହେଶ ପାତ୍ର ଓ ତାଙ୍କ ପରିବାର । ପରିବାରରେ ତାଙ୍କର ଗୋଟିଏ କୁନି ଝିଅ ମଧ୍ୟ ରହିଛି । ଶନିବାର ସେ ଶୋଇଥିବା ବେଳେ ଏକ ମହୁଲ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ତାଙ୍କ ଘର ଉପରେ ମାଡ଼ିଯାଇଥିଲା । ଟ୍ରକ୍‌ ଧକ୍କାରେ ଘର କାନ୍ଥ ମଧ୍ୟ ଭାଙ୍ଗିଯାଇଛି । ଏମିତିକି କାନ୍ଥ ଭାଙ୍ଗି ମହେଶ ଓ ତାଙ୍କ ପତ୍ନୀଙ୍କ ସହ ୭ ବର୍ଷର ଝିଅ ଉପରେ ମଧ୍ୟ ପଡ଼ିଥିଲା । ହେଲେ ହେଲେ ସୌଭାଗ୍ୟ ବସତଃ ସେମାନେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମହେଶଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ ।

ସେହିଭଳି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦା ଥାନା ଅନ୍ତର୍ଗତ ଶାତଶୁଳିଆ ଠାରେ ଡ଼ମ୍ଫର-ବାଇକ ମୁହାଁ ମୁହିଁ ଧକ୍କା । ଘଟଣାରେ ଦୁଇ ବାଇକ ଆରୋହି ଗୁରୁତର । ସେମାନଙ୍କୁ ଜଳେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିବା ସୁଚନା ରହିଛି । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଜଳେଶ୍ୱର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତା ଅବରୋଧ କଲେ ସ୍ତାନିଅ ବାସିନ୍ଦା ।

Leave a Reply