ମାଛ ଧରୁଥିବାବେଳେ ଟ୍ରଲରରେ ଲାଗିଲା ନିଆଁ, ମଝି ଦରିଆରେ ବୁଡ଼ିଗଲା ଟ୍ରଲର

1 min read

ଭଦ୍ରକ: ଭଦ୍ରକ ଜିଲ୍ଲା ଧାମରା ସୁମୁଦ୍ରରେ ଅବଦୁଲ କାଲାମ ଦ୍ୱୀପ ନିକଟରେ ମାଛ ଧରୁଥିବା ବେଳେ ଫିସିଂ ବୋଟରେ ଅଗ୍ନିକାଣ୍ଡ ଘଟି ବୁଡ଼ିଗଲା ଟ୍ରଲର । ଟ୍ରଲରଟି ମଜି ସମୁଦ୍ରରେ ବୁଢ଼ି ଯିବା ଫଳରେ ମେରାଇନ ପୋଲିସ ୧୦ ଜଣ ଧୀବରଙ୍କୁ ଉଦ୍ଧାର କରିଛି । ଧାମରା ସମୁଦ୍ର ମଧ୍ୟରେ ଅବଦୁଲ କାଲାମ ଦ୍ୱୀପ ନିକଟରେ ଏକ ଫିସିଂ ଟ୍ରଲରରେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡିଯାଇଛି l ୧୦ ଜଣ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ଟ୍ରଲରଟିରେ ନିଆଁ ଲାଗିଯାଇଥିଲା । ଅନ୍ୟ ଟ୍ରଲରରେ ଥିବା ଧୀବର ୧୦ଜଣ ଧୀବରଙ୍କୁ ଉଦ୍ଧାର କରି ମେରାଇନ ପୋଲିସକୁ ହସ୍ତାନ୍ତର କରିଛନ୍ତି l

ଧାମରା ଦୋଷୀଙ୍ଗା ପଞ୍ଚାୟତର ଟ୍ରଲର ମାଲିକ ସମରେଶ ପରିଡ଼ାଙ୍କ ଟ୍ରଲର ମାଆ ପଦ୍ମାବତୀରେ ୧୦ ଜଣ ଧୀବର ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ l ଟ୍ରଲରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ ସମୁଦ୍ର ମଧ୍ୟରେ ଟ୍ରଲରଟି ଜଳିବାକୁ ଲାଗିଥିଲା । ଅଗ୍ନି ପ୍ରଖର ହେବାରୁ ଟ୍ରଲରରେ ଥିବା ଧୀବରମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସେଫ୍ଟି ଜ୍ୟାକେଟ ସାହାଯ୍ୟରେ ସମୁଦ୍ରକୁ ଡେଇଁଥିଲେ । ସମୁଦ୍ର ମଧ୍ୟରୁ ଉକ୍ତ ୧୦ ଧୀବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।