OTP ସେୟାରିଂ ମାମଲା : ଗୁଇନ୍ଦା ତଥ୍ୟ ଲିକ୍ ପାଇଁ ବିଦେଶ ଯାଇଥିଲା ଦେଶଦ୍ରୋହୀ

1 min read

ଭୁବନେଶ୍ୱର : ଦୁବାଇ, ପାକିସ୍ତାନ ବୁଲିବାକୁ ଯାଇଥିଲେ ଦେଶଦ୍ରୋହୀ । ଓଟିପି ସେୟାରିଂ ମାମଲାରେ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅଭିଜିତ ସଞ୍ଜୟ ଜାମ୍ବୁରେ, ପଠାଣି ସାମନ୍ତ ଓ ପଶ୍ଚିମବଙ୍ଗର ଗୁଡୁ କୁମାର ଗୁଇନ୍ଦା ତଥ୍ୟ ଲିକ ପାଇଁ ବିଦେଶ ଯାଇଥିଲେ । NIA ତଦନ୍ତ ସମୟରେ ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି ।

ସେଠାରେ କାହାକୁ ଭେଟିଥିଲେ ? କି ତଥ୍ୟ ପାକିସ୍ତାନ ଗୁପ୍ତଚରଙ୍କୁ ପ୍ରଦାନ କରିଛନ୍ତି, ସେ ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଇଣ୍ଟରପୋଲର ସହାୟତା ନେବ NIA । ସେପଟେ କୋର୍ଟରେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିନଥିବାରୁ ଆଜି ପଠାଣି ସାମନ୍ତକୁ ରିମାଣ୍ଡରେ ନେବନି ପଶ୍ଚିମବଙ୍ଗ STF । ଏବେ ମଧ୍ୟ ୧୦୦ ଏଜେଣ୍ଟ ମ୍ୟୁଲ ଆକାଉଣ୍ଟ, ପ୍ରି ଆକ୍ଟିଭେଟ ସିମ୍ ଜରିଆରେ କାରବାର ଚଳାଇଥିବା ନେଇ ସୂଚନା ପାଇଛି ଓଡ଼ିଶା STF । ତଦନ୍ତ ସମୟରେ ହାନିଟ୍ରାପରେ ଅଧିକାଂଶ ଫସୁଥିବା ଜଣାପଡିଛି ।