ରେଳ ଧାରଣାରେ ବସିଥିବା ବେଳେ ଧକ୍କା ଦେଲା ଟ୍ରେନ୍,୨ ଯୁବକଙ୍କ ମୃତ୍ୟୁ

ରାୟଗଡ଼ା :  ସ୍ପିଡ୍ ମେକର ଟ୍ରାଏଲ ଇଞ୍ଜିନ ପରୀକ୍ଷା ବେଳେ ନିର୍ମାଣଧୀନ ଟ୍ରେନ ଟ୍ରାକରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ରାୟଗଡ଼ା ଦେବଦଲଗୁଡା ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ରାୟଗଡ଼ା ଜିଲ୍ଲା ସିଂପୁର ରୋଡ ଓ ରାୟଗଡ଼ା ରେଳ ଷ୍ଟେସନ ମଝି ଦେବଦଲଗୁଡାରେ ରେଳ ଧାରଣାରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଦେବଦଲଗୁଡା ଗାଁର ଆମିଶି ରାଓ ପୁଲାକା ଓ ସିବନ କାଡ୍ରାକା । ଦୁଇ ଜଣ ରେଳ ଧାରଣା ଉପରେ ବସିଥିବା ବେଳେ ସ୍ପିଡ୍ ମେକର ଟ୍ରାଏଲ ଇଞ୍ଜିନ ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ନେଇ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।