ଦୁଇ ଭାଗରେ ଭାଙ୍ଗିଗଲା ଟ୍ରେନ୍, ଦୁର୍ଘଟଣାରେ ୪୨ ଜଣ ଯାତ୍ରୀଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: କିଜକସ୍ଥାନରେ ଘଟିଛି ଏକ ବଡ଼ ଦୁର୍ଘଟଣା । ଯେଉଁ ଦୁର୍ଘଟଣା ଫଳରେ ଚାଲିଯାଇଛି ଅନେକ ଲୋକଙ୍କ ଜୀବନ । ଆଜେରବାଇଜାନ ଏୟାରଲାଇନ୍ସର ବିମାନ ବାକୁରୁ ଋଷିଆର ଚେଞ୍ଚିଆ ଅଭିମୁଖେ ଯାଉଥିଲାବେଳେ ରାସ୍ତାରେ ବିମାନ ସହିତ ଏକ ପକ୍ଷୀ ମୁହାଁମୁହିଁ ହୋଇଥିଲେ ଏବଂ ପରେ ଏହି ଦୁର୍ଘଟଣା ଘଟିଛି । ଉଦ୍ଧାରକାରୀ ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିମାନରୁ ଆହତ ଯାତ୍ରୀ ଏବଂ ମୃତଦେହକୁ ବାହାର କରିଛନ୍ତି ।
ସୋସିଆଲ ମିଡିଆରେ ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ରନୱେକୁ ଧକ୍କା ଦେବା ପରେ ବିମାନଟି ଦୁଇ ଭାଗରେ ଭାଙ୍ଗି ଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ଯେଉଁଥିରେ ଉଦ୍ଧାରକାରୀ ଦଳର ଲୋକମାନେ ବିମାନର ଧ୍ୱଂସାବଶେଷରୁ ଆହତ ତଥା ଯାତ୍ରୀଙ୍କ ମୃତଦେହ ବାହାର କରୁଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ଯାତ୍ରୀମାନଙ୍କ ମୃତଦେହ ଦୀର୍ଘ ଦୂରତାରେ ଛିନଛତ୍ର ହୋଇଯାଇଥିଲା। ଆହତମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିବାର କରୁଣ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।
ସୂଚନାଅନୁସାରେ ବିମାନରେ 67 ଜଣ ଯାତ୍ରୀ ଥିଲେ, ସେଥିମଧ୍ୟରୁ 42 ଜଣ ଯାତ୍ରୀ ମୃତ୍ୟୁବରଣ କରିଥିଲେ ଏବଂ 25 ଜଣ ଯାତ୍ରୀ ବଞ୍ଚିଥିଲେ। ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରେ 37 ଆଜେରବାଇଜାନ ନାଗରିକ, 16ଜଣ ରୁଷ ନାଗରିକ, 6 ଜଣ କାଜାକିଆ ନାଗରିକ ଏବଂ 3 ଜଣ କିର୍ଗିଜ ନାଗରିକ ଅଛନ୍ତି।