ପରମାଣୁ ବହନକାରୀ ଯୁଦ୍ଧ ଜାହାଜକୁ ସୁମୁଦ୍ର ଭିତରକୁ ଛାଡ଼ିଲା ଋଷ

1 min read

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ପରମାଣୁ ଯୁଦ୍ଧ ହୋଇପାରେ । ପରମାଣୁ ବହନକାରୀ ଯୁଦ୍ଧ ଜାହାଜ ସୁମୁଦ୍ରରେ ଭିତରକୁ ପଠାଇଛି ଋଷ । ଫଳରେ ପରମାଣୁ ଯୁଦ୍ଧ ଆଶଙ୍କା ଆହୁରି ଘନେଇଛି । ଯୁଦ୍ଧକୁ ମାସେ ପୂରିଥିବା ବେଳେ ଉଭୟ ପକ୍ଷରୁ ଅନେକ କ୍ଷତି ହୋଇଛି । ଋଷର ପାଖାପାଖି ୧୬ ହଜାର ସୈନିକଙ୍କର ମୃତ୍ୟୁ ହୋଇଛି । ନାଟୋ ଋଷ ବିରୋଧରେ ଯୋଜନା କରୁଥିବା ବେଳେ ପରମାଣୁ ଯୁଦ୍ଧ ଏକ ପ୍ରକାର ସୁନିଶ୍ଚିତ ବୋଲି ଋଷ୍‌ ଚେତାବନୀ ଦେଇଛନ୍ତି ।

ଏଥିପାଇଁ ପୂର୍ବରୁ ପରମାଣୁ ଟିମ୍‌କୁ ସତର୍କ ରହିବାକୁ ମଧ୍ୟ କହିଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ଋଷର ଏହି ନ୍ୟୁକ୍ଲିୟର ଶକ୍ତି ସମ୍ପନ୍ନ ବୁଡ଼ାଜାହାଜ ଖୁବ୍ ଶକ୍ତିଶାଳୀ । ୧୬ଟି ପରମାଣୁ ମିସାଇଲ୍ ବହନ କରିପାରିବ । ଋଷ ଏହି ଜାହାଜକୁ ଅଣ୍ଟଲାଟିକ୍ ମହାସାଗରରେ ଛାଡ଼ିଛି । ପୁଟିନଙ୍କର ଏଭଳି ଆଭିମୁଖ୍ୟରେ ସାରା ବିଶ୍ବ ଏବେ ଚିନ୍ତାରେ ପଡ଼ିଆଇଛି । ମାର୍ଚ୍ଚ ୩ରୁ ଋଷ ନ୍ୟୁକ୍ଲିୟର ଶକ୍ତିକୁ ହାଇ ଆଲର୍ଟରେ ରଖିଛି । ମାର୍ଚ୍ଚ ୨୨ ତାରିଖରେ ନାଟୋକୁ ଧମକ ଦେଇଥିଲା ଋଷ ।