spot_img

Latest Posts

ରାଜ୍ୟକୁ ସେପ୍ଟେମ୍ବରରେ ଆସୁଛି କରୋନା ତୃତୀୟ ଲହରୀ, ଅଧିକ ଶିଶୁଙ୍କୁ କରିବ ସଂକ୍ରମିତ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବରରେ ଆସୁଛି କରୋନା ତୃତୀୟ ଲହରୀ। ଏନେଇ ପୂର୍ବାନୁମାନ କରିଛନ୍ତି ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର। ପ୍ରଥମ ଓ ଦ୍ୱିତୀୟ ଲହରରେ ବୟସ୍କ ଓ ଯୁବବର୍ଗ ବେଶି ସଂକ୍ରମିତ ହେଉଥିବା ବେଳେ ତୃତୀୟ ଲହରୀରେ ଶିଶୁ ସଂକ୍ରମିତ ହେବା ଆଶଙ୍କା ରହିଛି। ତେଣୁ ତୃତୀୟ ଲହରୀରେ ଶିଶୁଙ୍କର ଅଧିକ ଯତ୍ନ ନେବାକୁ ପଡ଼ିବ। ଶିଶୁଙ୍କୁ ଟିକା ଦିଆଯାଇନି, ତେଣୁ ଅଧିକ ସଂକ୍ରମିତ ହେବେ ଶିଶୁ ବୋଲି ଆଶଙ୍କା କରିଛନ୍ତି ଡାକ୍ତର ଅଶୋକ ମହାପାତ୍ର। ପିଲାଙ୍କ ଯତ୍ନ ନେବା, ବାହାରକୁ ବେଶି ଛାଡ଼ିବା ନାହିଁ।

୧୨ରୁ ୧୬ବର୍ଷ ପିଲାଙ୍କୁ ଟିକା ଦେବା ପାଇଁ ଗବେଷଣା ଚାଲିଛି। ଏନେଇ ଆମେରିକାରେ ଏକ ସଂସ୍ଥା ଗବେଷଣା କରୁଛି। ଗବେଷଣାରେ ୧୦ହଜାର ପିଲାଙ୍କୁ ସାମିଲ କରାଯିବ। ଜୁଲାଇ ସୁଦ୍ଧା ପିଲାଙ୍କୁ ଟିକାକରଣ ନେଇ ଫଳାଫଳ ଆସିପାରେ। ଲକଡାଉନ ଯୋଗୁଁ ସଂକ୍ରମଣ ରାଜ୍ୟରେ ନିୟନ୍ତ୍ରଣ ରହିଛି। କରୋନା ସଂକ୍ରମଣ ଶୀର୍ଷକୁ ଯିବା ପାଇଁ ସାମାନ୍ୟ ବିଳମ୍ବ ହେବ। ଦିଲ୍ଲୀରେ କରୋନାର ତୃତୀୟ ଲହରୀ ଚାଲିଛି। ତୃତୀୟ ଲହରୀ ପାଇଁ ଅଧିକ ସଜାଗ ହେବାକୁ ପଡ଼ିବ। ଏଥିପାଇଁ ପୂର୍ବ ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଛନ୍ତି ଅଶୋକ ମହାପାତ୍ର।

Latest Posts

Don't Miss