ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା, ୧୩ ତାରିଖରୁ ପୁଣି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଗୋଟେପଟେ ବାତ୍ୟା । ଏପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି । ପ୍ରବଳ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ପୁଣି ୧୩ ତାରିଖରୁ ରାଜ୍ୟରେ ବଢ଼ିବ ତାପମାତ୍ରା । ୧୫ରୁ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ବଢ଼ିବ । ଆଜି ଦିନ ୨.୩୦ ସୁଦ୍ଧା ୩ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍‌ ହୋଇଛି । ସମ୍ବଲପୁରରେ ସର୍ବାଧିକ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ, ଝାରସୁଗୁଡାରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ ତାପମାତ୍ର ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୩୭.୮ ଡିଗ୍ରୀ, ଭୁବନେଶ୍ୱରରେ ୩୭.୦ ଡିଗ୍ରୀ, ଚାନ୍ଦବାଲିରେ ୩୬.୮ ଡିଗ୍ରୀ, ବାଲେଶ୍ୱରରେ ୩୩.୪, ଗୋପାଳପୁରରେ ୩୩.୦ ଡ଼ିଗ୍ରୀ, ପାରାଦ୍ୱୀପରେ ୩୩ ଡିଗ୍ରୀ ଓ ପୁରୀରେ ୩୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।