spot_img

Latest Posts

ଆଫଗାନିସ୍ତାନର ସୁପ୍ରିମ ଲିଡର ହେଲେ ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା

କାବୁଲ: ଆଫଗାନିସ୍ତାନର ସୁପ୍ରିମ ଲିଡର ହେଲେ ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା। ବିଧିବଦ୍ଧ ଭାବେ ତାଙ୍କ ନାଁ ଘୋଷଣା କରିଛି ତାଲିବାନ। ତାଲିବାନର କଲଚରାଲ କମିଶନ ସଦସ୍ୟ ଆନାମୁଲ୍ଲା ସାମନଗାନି ଏନେଇ ଘୋଷଣା କରିଛନ୍ତି। ତାଙ୍କ ନେତୃତ୍ୱରେ ଖୁବ୍ ଶୀଘ୍ର ସରକାର ଗଠନ ହେବ। ପୂର୍ବରୁ ଇରାନ ମଡେଲ ଅନୁସାରେ ସରକାର ଗଠନ ହେବ ବୋଲି ତାଲିବାନ ଘୋଷଣା କରିଥିଲା। ତାଲିବାନର ରାଜନୈତିକ କାର୍ଯ୍ୟାଳୟ ମୁଖ୍ୟ ଶେର ମହମ୍ମଦ ଆବାସ ସ୍ତାନିକଜାଇ କହିଛନ୍ତି, ଦୁଇ ଦିନ ମଧ୍ୟରେ ନୂଆ ସରକାର ଗଠନ ହେବ। ଦୀର୍ଘ ଦିନ ଧରି ଲୋକ ଲୋଚନକୁ ଆସୁ ନ ଥିବା ଅଖୁନ୍ଦଜାଦା ଏବେ ସର୍ବସାଧାରଣରେ ଦୃଶ୍ୟମାନ ହୋଇପାରନ୍ତି। ସେପଟେ ଦେଶରେ ତାଲିବାନୀ ଶାସନ ଆହୁରି କଡା ହୋଇଛି। ବିଶେଷ କରି ମହିଳାଙ୍କ ପାଇଁ ଅସହ୍ୟ ହୋଇଛି ନିୟମ। ସେମାନେ ନିଜର ରକ୍ତ ସମ୍ପର୍କୀୟଙ୍କ ବ୍ୟତୀତ ପଦାକୁ ଯାଇପାରିବେ ନାହିଁ। ବୁର୍ଖା ବାଧ୍ୟତାମୂଳକ ହୋଇଛି। ତାଙ୍କ ପାଦ ଶବ୍ଦ ପୁରୁଷ ଯେପରି ନ ଶୁଣିପାରିବେ, ସେଥିଲାଗି ହାଇହିଲ୍ ଯୋତା ସେମାନେ ପିନ୍ଧିପାରିବେ ନାହିଁ। ତାଙ୍କ ସ୍ୱର କେହି ଅପରିଚିତ ବ୍ୟକ୍ତି ଯେପରି ଶୁଣି ନପାରିବେ ସେଥିଲାଗି ସତର୍କ ରହିବାକୁ ପଡିବ। ନାରୀମାନଙ୍କୁ ଯେପରି କେହି ଦେଖିପାରିବେ ନାହିଁ, ସେଥିପାଇଁ ସମସ୍ତ ଘରର ଗ୍ରାଉଣ୍ଡ ଓ ପ୍ରଥମ ମହଲାର ସମସ୍ତ ଝରକାରେ ପରଦା ଲାଗିବ। ତାଙ୍କର ଫଟୋ କେହି ଉଠାଇପାରିବେ ନାହିଁ ବା ପ୍ରକାଶ କରିପାରିବେ ନାହିଁ। ସେପଟେ ବିଭିନ୍ନ ସହରରେ ମହିଳାମାନଙ୍କୁ ଅକଥନୀୟ ନିର୍ଯାତନା ଦେବା ସହ ଝିଅମାନଙ୍କୁ ଅପହରଣ କରିବା ସାଧାରଣ ଘଟଣାରେ ପରିଣତ ହୋଇଛି। ଅନେକ ସ୍ଥାନରେ ଶବ ପଡିଥିବା ଦେଖାଯାଉଛି। ସବୁ ଘରେ ତାଲିବାନ କର୍ମୀ ପ୍ରବେଶ କରି ଝିଅର ସନ୍ଧାନ କରୁଛନ୍ତି। ସମ୍ପତ୍ତି ଉପରେ ମହିଳାଙ୍କ ଅଧିକାର ପ୍ରତ୍ୟାହୃତ ହୋଇଛି ଏବଂ ଯେଉଁମାନେ ଘର ଛାଡି ପଳାୟନ କରିଛନ୍ତି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଉଛି।

Latest Posts

Don't Miss