spot_img

Latest Posts

ଜୁଲାଇ ୩୧ ସୁଦ୍ଧା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩୧ ସୁଦ୍ଧା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଲାଗି ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଲାଗି ଏକ ଇଣ୍ଟରନାଲ ଆସେସମେଣ୍ଟ ସ୍କିମ ପ୍ରସ୍ତୁତ କରିବାକୁ ମଧ୍ୟ କହିଛନ୍ତି କୋର୍ଟ। ଆସନ୍ତା ୧୦ ଦିନ ଭିତରେ ଇଣ୍ଟରନାଲ ଆସେସମେଣ୍ଟ ଲାଗି ଖସଡା ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ବିକଳ୍ପ ଆକଳନ ଯୋଜନା ପ୍ରସ୍ତୁତ କରିବା ଲାଗି ସିବିଏସଇ ଓ ସିଆଇଏସସିଇକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ଅନୁସାରେ ସିବିଏସଇ ଓ ସିଆଇଏସସିଇ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ନେଇ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ନିୟମକୁ କୁହାଯାଇଥିଲା ଫେୟାର ଆଣ୍ଡ ରିଜନେବଲ। କୋର୍ଟ କହିଛନ୍ତି- ସିବିଏସଇ ଓ ଆସିଏସଇର ନୀତି ନିୟମରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ପିଲାମାନଙ୍କୁ ପରୀକ୍ଷା ଦେବା ଲାଗି ଅପସନ ଦିଆଯାଉ ବୋଲି କେତେକ ଅଭିଭାବକଙ୍କ ପକ୍ଷରୁ ଦାଏର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଅନ୍ୟ ରାଜ୍ୟ ବୋର୍ଡ ପରି ଏହି ଦୁଇ ବୋର୍ଡ ମଧ୍ୟ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ କୋର୍ଟ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧ଟି ରାଜ୍ୟ ପରୀକ୍ଷା ବାତିଲ କରିଥିବାବେଳେ ୬ଟି ରାଜ୍ୟ ବୋର୍ଡ ପରୀକ୍ଷା କରିଛନ୍ତି।

Latest Posts

Don't Miss