ରହସ୍ୟମୟୀ ମୃତ୍ୟୁର ଜଙ୍ଗଲ : ଭିତରକୁ ଗଲେ ଫେରିବାର ବାଟ ଭୁଲିଯାଏ ଲୋକ
1 min read
ଦିଲ୍ଲୀ : ଦୁନିଆ ଯେତେ ସୁନ୍ଦର ସେତିକି ରହସ୍ୟମୟ । ଆଉ ତାହା ଭିତରେ ଲୁଚି ରହିଛି ଅନେକ ଭୟଙ୍କର ତଥ୍ୟ । ତେବେ ସେମିତି ଏକ ସୁନ୍ଦର ସ୍ଥାନ ରହିଛି , ହେଲେ ସେଠାରେ ଏପରି ଭୟଙ୍କର ଘଟଣା ଘଟୁଛି ତାହା ବିଶ୍ୱାସ କରିବା ଅସମ୍ଭବ। ଏହି ସ୍ଥାନକୁ ଯେ କେହି ଯାଇ ବି ଆଉ ଫେରିପାରିନି। ଆମେ ଏକ ଜଙ୍ଗଲ କଥା କହୁଛୁ ଯାହା ଦୁନିଆର ସବୁଠାରୁ ରହସ୍ୟମୟୀ ଜଙ୍ଗଲ, ଯେଉଁଠାରେ ଲୋକେ କରନ୍ତି ଆତ୍ମହତ୍ୟା ! ଏଠାରେ କମ୍ପାସ କରେନି କାମ କି ମୋବାଇଲ୍ ନେଟୱର୍କ ରୁହେନି । ଏହା କେବଳ ଉଚ୍ଚ ଝଙ୍କାଳିଆ ଗଛରେ ପରିବ୍ୟାପ୍ତ ନୁହେଁ, ତା ସହ ରହିଛି ଅନେକ ରହସ୍ୟମୟ କାହାଣୀ ।
ସେମିତି ଏକ ସ୍ଥାନ ହେଉଛି ଜାପାନରେ ଥିବା ଏକ ଜଙ୍ଗଲ । ଯାହାକି ସୁଇସାଇଡ଼ ଜଙ୍ଗଲ ଭାବେ ବେଶ ଜଣାଶୁଣା । ଜାପାନରୁ ଟୋକିଓରୁ ଦୁଇଘଣ୍ଟା ଦୂରରେ ସ୍ଥିତ ଜଙ୍ଗଲ ମାଉଣ୍ଟ ଫୁଜିରୁ ଉତ୍ତର-ପଶ୍ଚିମ ପଟରେ ଅବସ୍ଥିତ । ଜଙ୍ଗଲର କ୍ଷେତ୍ରଫଳ ପ୍ରାୟ ୩୫ ବର୍ଗ କିଲୋମିଟର୍ । ଏଠାରେ ଏତେ ଗଛ ରହିଛି ଯେ, ଆପଣ ଦୂର କୁ କିଛି ବି ଦେଖିପାରିବେ ନାହିଁ । ତେଣୁ ଏହି ଜଙ୍ଗଲକୁ ଗଛର ସମୁଦ୍ର ବୋଲି କୁହାଯାଏ । ଘନ ଗଛ କାରଣରୁ ଏଠାରେ ହଜିଯିବାର ଆଶଙ୍କା ଖୁବ୍ ଅଧିକ ରହିଛି । ଏଠାରୁ ବାଟ ଖୋଜି ବାହାରକୁ ଯିବା ବହୁତ୍ ମୁସ୍କିଲ୍ । ତେଣୁ ଏହି ଜଙ୍ଗଲକୁ ଆସିବା ପାଇଁ ଲୋକଙ୍କୁ ବାରଣ କରାଯାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଜଙ୍ଗଲରେ ବହୁ ନକରାତ୍ମକ ଶକ୍ତି ବସବାସ କରୁଛନ୍ତି। ଏହାର ବହୁ କାହାଣୀ ଶୁଣିବାକୁ ମିଳେ ।
ତେବେ ଆପଣ ଯଦି ଏଠାକୁ ଯାଆନ୍ତି ତେବେ ବିଭିନ୍ନ ପ୍ରକାର ମୋଟିଭେସନାଲ୍ ସାଇନ୍ ବୋର୍ଡ ଦେଖିବାକୁ ପାଇବେ । ଯେପରିକି; ନିଜର ପରିବାର ଓ ପିଲାମାନଙ୍କ ବିଷୟରେ ଚିନ୍ତା କରନ୍ତୁ, ଆପଣଙ୍କ ଜୀବନ ବାପା-ମାଆଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟବାନ ଉପହାର ଇତ୍ୟାଦି । ପୌରାଣିକ କଥାକୁ ଯଦି ବିଶ୍ୱାସ କରିବା ତେବେ କୁହାଯାଏ ଯେ, ଜଙ୍ଗଲରେ ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମା ଏଠାରେ ଘୂରି ବୁଲେ ।
ରିପୋର୍ଟ ମୁତାବକ, ୨୦୦୩ରେ ଏଠାରୁ ୧୦୫ଟି ଶବ ଜବତ କରାଯାଇଥିଲା । ଏମାନେ ସେଠାକୁ ଯାଇ ଆତ୍ମହତ୍ୟା କରିଥିବା କୁହାଯାଇଥିଲା । ଖାଲି ସେତିକି ନୂହେଁ କୁହାଯାଏ ଯେ, ଜଙ୍ଗଲ ଖୁବ୍ ଘନ ଥିବା କାରଣରୁ ଏଠାକୁ ଆସୁଥିବା ଲୋକମାନେ ବାଟ ଭୁଲି ଯାଆନ୍ତି ଓ ନିଜେ ନିଜର ଜୀବନ ନେଇଯାଆନ୍ତି । ଜଙ୍ଗଲରେ ଜ୍ୱାଳାମୁଖୀ ବାହାରୁଥିବା କାରଣରୁ ଏଠାରେ ଆଇରନ୍ ଅଧିକ ମାତ୍ରାରେ ରହିଛି । ତେଣୁ ମାଗ୍ନେଟିକ୍ ଆଇରନ୍ ଥିବା ଯୋଗୁଁ କମ୍ପାସର କଣ୍ଟା ସ୍ଥିର ରୁହେ ନାହିଁ । ସବୁବେଳେ ମୁଭ୍ କରୁଥାଏ । ତେଣୁ ଯେକେହି ବି ଖୁବ୍ ସହଜରେ ଏଠାରେ ରାସ୍ତା ଭୁଲି ଯାଆନ୍ତି ।

ଏହି ଜଙ୍ଗଲକୁ ଯିଏ କେହି ବି ଯାଇଛି ଫେରିବାର ବାଟ ଭୁଲିଯାଇଛି। କିଛି ଲୋକ ସମ୍ପର୍ଣ୍ଣ ନିଖୋଜ ହୋଇଯାଇଥିବା ବେଳେ କିଛି ଲୋକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ସତରେ କଣ ଏହି ଜଙ୍ଗଲରେ କିଛି ଅତୃପ୍ତ ଆତ୍ମାଙ୍କ ଯୋଗୁ ଏହି କାଣ୍ଡ ଘଟୁଛି ନା ଆଉ କିଛି ରହିଛି ରହସ୍ୟ। ଯାହା ଏବେ ବି ରହସ୍ୟ ଘେରରେ ରହିଛି ।