‘ଡିସେମ୍ବର ୧ରୁ ରାଜ୍ୟରେ ଆରମ୍ଭ ହୋଇଛି ଧାନ ସଂଗ୍ରହ’
1 min read
ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ଠିକ ଭାବେ ଚାଲିଛି । ଏ ଯାଏଁ ୧୭୨ ପ୍ୟାକ୍ସ ଜରିଆରେ ୧୪ ହଜାର ୫୪୧ ଚାଷୀଙ୍କଠାରୁ ୭୮ ହଜାର ୨୯୯ ମେଟ୍ରିକ ଟନ ଧାନ କଣିଛନ୍ତି ରାଜ୍ୟ ସରକାର । ଟୋକନ ଓ ଦଲାଲ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ।
ବିଭାଗ ପକ୍ଷରୁ ୧୯୬୭ ନମ୍ବର ଜାରି କରାଯାଇଛି । IEC କାମ ବୃଦ୍ଧି କରାଯାଇଛି । ଯେଉଁ ଚାଷୀଙ୍କ ଭୁଲ ଏଣ୍ଟ୍ରି ହୋଇଥିଲା, ତାକୁ ୭ଟି ଜିଲ୍ଲାରେ ସାଟେଲାଇଟ ମ୍ୟାପିଂ ଜରିଆରେ ଭୁଲ ଏଣ୍ଟ୍ରିକୁ ରଦ୍ଦ କରାଯାଇଛି । ଏହି ସାଟେଲାଇଟ ମ୍ୟାପିଂ ଜରିଆରେ ଭୁଲ ଏଣ୍ଟ୍ରି ବନ୍ଦ କରାଯାଇପାରିବ ।ସେହିପରି ୨୪ ଘଣ୍ଟା ମଧ୍ୟରେ ଟଙ୍କା ପ୍ରଦାନ କରାଯାଉଥିବା କହିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।