spot_img

Latest Posts

ସ୍କୁଟି ଚଢ଼ିବେ ମିଶନ ଶକ୍ତି ମା’, ପ୍ରଥମ ପର୍ଯ୍ୟାୟରେ ୨ ଶହରୁ ଅଧିକ ମହିଳାଙ୍କ ଆବେଦନ

ଗଞ୍ଜାମ: ସ୍କୁଟି ଚଢ଼ିବେ ମିଶନ ଶକ୍ତି ମହିଳା । ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା। ଏହି ଯୋଜନା ଅଧିନରେ ଜିରୋ ପ୍ରତିଶତ ସୁଧ ବା ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍କୁଟର କିଣିପାରିବେ ମହିଳା। ମା’ଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର । ଏବେ ମହିଳାଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ଏଥିରେ ସାମିଲ ପାଇଁ ଗଞ୍ଜାମ ଦିଗପହଣ୍ଡିରେ ଆବେଦନ ପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଯୋଜନା ଅଧୀନରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ମହିଳାମାନେ କିଣି ପାରିବେ ସ୍କୁଟର ।

ମିଶନ ଶକ୍ତି ସ୍କୁଟର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୫ ଆବେଦନ ପତ୍ର ସଂଗ୍ରହ ହୋଇଛି । ବ୍ଲକରେ ସମସ୍ତ କମ୍ପାନୀର ସ୍କୁଟର ରଖାଯାଇଛି। ଏସବୁ ସ୍କୁଟର ପସନ୍ଦ କରି ଟେଷ୍ଟ ଡ୍ରାଇଭ ନେବା ପରେ ନିଜ ପସନ୍ଦର ସ୍କୁଟି ପାଇଁ ଆବେଦନ କରିଛନ୍ତି ମହିଳା । ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ସ୍କୁଟର ପାଇଁ ୩୦୦ରୁ ଉର୍ଦ୍ଧ୍ବ ମହିଳା ଆବେଦନ କରିପାରନ୍ତି ବୋଲି କହିଛନ୍ତି ମିଶନ ଶକ୍ତିର ବିପିସି । ମହିଳାମାନେ କେମିତି ସହଜରେ ରୋଜଗାର କରିପାରିବେ । ଦୈନଦିନ କାର୍ଯ୍ୟକୁ ସହଜ ସରଳ କରିପାରିବେ । ସେନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ସ୍କୁଟର ଯୋଜନାକୁ ପ୍ରଶଂସା କରିଛନ୍ତି ମହିଳା  ।

Latest Posts

Don't Miss