ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ଯାରେ ଉନ୍ନତି ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବେ ରାଜ୍ୟ ସରକାର

1 min read

ଭୁବନେଶ୍ୱର : ରାଜ୍ଯ ସରକାରଙ୍କ ଫୋକସରେ ବରିଷ୍ଠ ନାଗରିକ । ଏବେ ବୟସ୍କ ମାନଙ୍କ ଅନୁପାତ ବୃଦ୍ଧି ଘଟୁଥିବାରୁ ରାଜ୍ଯ ବରିଷ୍ଠ ନାଗରିକ ନୀତିରେ ସଂଶୋଧନ କରାଯିବ । ଓଡିଶା ବରିଷ୍ଠ ନାଗରିକ ନୀତି ୨୦୧୬ରେ ସଂଶୋଧନ ଲାଗି ରାଜ୍ଯ ସରକାର ଉଦ୍ଯମ ଆରମ୍ଭ କରିଛନ୍ତି । ଏନେଇ ନୀତି ପ୍ରଣୟନ ଉଦେଶ୍ଯରେ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ଯକ୍ଷତାରେ ଏକ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୨୬ ବେଳକୁ ଓଡିଶାରେ ବରିଷ୍ଠ ନାଗରିକଙ୍କ ସଂଖ୍ଯା ପ୍ରାୟ ୭୦ ଲକ୍ଷରେ ପହଞ୍ଚିଥିବା ନେଇ କୁହାଯାଉଛି । ତେଣୁ ବରିଷ୍ଠ ନାଗରିକଙ୍କ ଜୀବନଚର୍ଯ୍ଯାରେ ବିଶେଷ ଉନ୍ନତି ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ସେମାନଙ୍କର ସାମାଜିକ-ଅର୍ଥନୈତିକ ବିକାଶ, ଭାଗୀଦାରିରେ ଉନ୍ନତି ସେବାଯତ୍ନ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ବୈଠକରେ ଗୁରୁତ୍ତ୍ଵରୋପ କରାଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ପକ୍ଷରୁ ମିଳିତ ଜାତିସଂଘ ପାଣ୍ଠି-UNFPAର ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ସଂଶୋଧନ ନୀତି ପ୍ରଣୟନ ନିମନ୍ତେ ଏହି ସବୁ ବିଚାର ବିମର୍ଶ ପରାମର୍ଶ କରାଯାଇଛି ।