ଓଡ଼ିଆ ପୁଅ କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର – ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କୁ ରାଜ୍ୟ ସରକାର ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଚାଇନାରେ ଚାଲିଥିବା ଏସିଆନ୍ ଗେମସ ପ୍ରତିଯୋଗିତାରେ ସଫଳତା ପାଇଁ କିଶୋରଙ୍କୁ ଅଭିନନ୍ଦନ ଜଣାଇବା ସହ କିଶୋରଙ୍କ ସଫଳତା ଉଭୟ ରାଜ୍ୟ ଓ ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର କ୍ରୀଡ଼ା ଇତିହାସରେ ଏହା ସ୍ମରଣୀୟ ହୋଇ ରହିବ। ଏହି ପୁରସ୍କାର ତାଙ୍କର ପ୍ରଦର୍ଶନ, ତାଙ୍କ ଦୃଢ଼ତା ଓ ଦୃଢ଼ ସଂକଳ୍ପକୁ ମାନ୍ୟତା ଦେଉଛି । ଏସିଆନ୍ ଗେମସରେ ସେ ବିଜୟୀ ହେବା ଓ ପ୍ୟାରିସ୍ ଅଲମ୍ପିକ ନିମନ୍ତେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି ।Asian Games Athletics: Kishore Kumar Jena qualifies for Olympics

କିଶୋରଙ୍କ ବିଜୟ ନା କେବଳ ତାଙ୍କର ବ୍ୟକ୍ତିଗତ ଉତ୍କର୍ଷତାକୁ ଦର୍ଶାଉଛି  । ସମଗ୍ର ଦେଶରେ ଉଦୀୟମାନ କ୍ରୀଡ଼ାବିତଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ଆସନ୍ତାବର୍ଷ ହେବାକୁ ଥିବା ପ୍ୟାରିସ୍ ଅଲମ୍ପିକ୍ସ ପ୍ରସ୍ତୁତି ପାଇଁ ତାଙ୍କୁ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଛନ୍ତି ।