ତଡାଖିଆ ନେତାଙ୍କୁ କୋଳେଇ ନେଇ ଖୁସି ହେଉଛି ରାଜ୍ୟ ବିଜେପି : ଲେନିନ ମହାନ୍ତି

ଭୁବନେଶ୍ୱର : ପ୍ରେସମିଟ୍ କରି ଓଡ଼ିଶା ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଅପରାଧ ପାଇଁ ଲୋକ ଅତିଷ୍ଟ ଥିଲେ । ଜଣେ ଜନବିରୋଧି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ନିଲମ୍ବିତ କଲେ । ସେହି ଲୋକଙ୍କୁ ଆଜି ରାଜ୍ୟ ବିଜେପି ଆପଣେଇନେଉଛି । ଯେଉଁ ଲୋକ ଗାଡି ଚଢେଇ ଦେଉଛି, ଗୁଣ୍ଡାଗର୍ଦ୍ଦି କରୁଛି ସେହି ଲୋକଙ୍କୁ ରାଜ୍ୟ ବିଜେପି ଆପଣେଇନେଉଛି କେମିତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରଶାନ୍ତ ଜଗଦ୍ଦେବ୍ ଯେତେବେଳେ ମାତାଲ ଅବସ୍ତାରେ ଗାଡି ଚଢାଇ ମାରିବାକୁ ଯାଉଥିଲେ ସେତେବେଳେ ଓଡ଼ିଶା ବିଜେପିର ନେତାମାନେ ଭାରି ଜୋରରେ ଗଳାଫଟାଇ ଚିତ୍କାର କରୁଥିଲେ । ଦିନେ ଯେଉଁମାନେ ଗଳାଫଟାଇ କହୁଥିଲେ ଏହି ଲୋକ ମାତାଲ, ଅପରାଧି କିନ୍ତୁ ଆଜି ସେହି ଦଳର ଉତ୍ତରୀୟ ପକାଇ କୋଳେଇ ନେବାପାଇଁ ସେହି ନେତାମାନେ ବ୍ୟାକୁଳ ହେଉଥିଲେ । କିନ୍ତୁ ଆଜି ରାଜ୍ୟ ବିଜେପିର ନେତାନେତ୍ରୀମାନେ କର୍ମୀଙ୍କୁ କଣ ଉତ୍ତରଦେବେ ।  ଆପଣ ଭାବନ୍ତୁ ବିଜୁ ଜନତା

ଦଳ ବା ରାଜ୍ୟ ସରକାର ଅପରାଧିକ ମାମଲାକୁ ଗୁରୁତ୍ୱ ଦିଅନ୍ତି ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିତ କରିଥିଲେ । କିନ୍ତୁ ଓଡ଼ିଶା ବିଜେପି ଆଜି ହସି ହସି ସେହି ଜନବିରୋଧି ଲୋକଙ୍କୁ କେମିତି କୋଳେଇ ନେଲା ? ଯେଉଁ ମାନେ ଅପରାଧି ଜନ ବିରୋଧି ଯେଉଁ ମାନଙ୍କୁ ବିଜେଡି ବହିଷ୍କାର କରୁଛି ସେହି ଲୋକଙ୍କୁ ଆପଣେଇ ନେଉଛି ଓଡ଼ିଶା ବିଜେପି କିନ୍ତୁ କାହିଁକି ହଠାତ ଏମିତି ମତ ବଦଳିଲା ରାଜ୍ୟ ବିଜେପିର । ସବୁଠୁ ଅଧିକ ଚିନ୍ତିତଥିବେ ପୃଥିବୀରାଜ ହରିଚନ୍ଦନ କାରଣ ଅତି ଲଜ୍ୟାଜନକ ପରାସ୍ତ କରିଥିଲେ । ପ୍ରଶାନ୍ତ ଜଗଦ୍ଦେବ ଜେତେବେଳେ ଅପରାଧ ଘଟାଇଥିଲେ ସେତେବେଳେ ପୃଥିବୀରାଜ ଭାରି ଚିତ୍କାର କରୁଥିଲେର କିନ୍ତୁ ଆଜି ଚୁପ କାହିଁକି । ଓଡ଼ିଶା ବିଜେପି ନୂଆ ନେତା ସୃଷ୍ଟି କରିବାରେ ବିଫଳ ତେଣୁ ତଡାଖିଆ ନେତାଙ୍କୁ ନିଜ ଦଳରେ ସାମିଲ କରୁଛି । ଏ ଯେଉଁ ଡବଲ ଷ୍ଟାଣ୍ଡାଡ କଥାବାର୍ତ୍ତା ଏବେ ସାମ୍ନାକୁ ଆସିଲା ।