ନାବାଳକ ଗାଡ଼ି ଚାଳକ ସାବଧାନ, ଆଜିଠୁ ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର: ନାବାଳକ ଗାଡ଼ି ଚାଳକ ସାବଧାନ । ଆଜିଠୁ ଆରମ୍ଭ ହେଉଛି ପରିବହନ ବିଭାଗର ସ୍ପେଶାଲ ଡ୍ରାଇଭ । ନାବାଳକ ଗାଡ଼ି ଚାଳକଙ୍କ ଉପରେ ରଖାଯିବ ସ୍ବତନ୍ତ୍ର ନଜର । ବିଭିନ୍ନ ସ୍ଥାନରେ ଚେକିଂ ସହିତ ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ସମସ୍ତ ଘରୋଇ ସ୍କୁଲରେ ବ୍ୟବହୃତ ଗାଡ଼ି ଓ ଅନ୍ୟ ବସର ମଧ୍ୟ ଯାଞ୍ଚ କରାଯିବ । ଗାଡ଼ିର ଫିଟନେସ, ଇନସୁରାନ୍ସ, ଆଦି କାଗଜପତ୍ରର ଯାଞ୍ଚ ହେବ । ଦିଗପହଣ୍ଡି ବସ୍ ଦୁର୍ଘଟଣା ପରେ ସମସ୍ତ ବସର କାଗଜପତ୍ର ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଛି । ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲ୍ ମୋହନ ସେଠୀ ସୂଚନା ଦେଇଛନ୍ତି  ।