ଦୁର୍ଘଟଣା ପରେ ଚେତୁନି ରେଳ ବିଭାଗ, ଟ୍ରେନ୍ ଲାଇନରେ ଅନେକ ସ୍ଥାନରେ ଭାଙ୍ଗିଲାଣି ସ୍ଲିପର

ସମ୍ବଲପୁର: ବାହାନଗା ଦୁର୍ଘଟଣା ପରେ ବି କୁମ୍ଭକର୍ଣ୍ଣ ନିଦ୍ରାରେ ରେଳ ବିଭାଗ । ସମ୍ବଲପୁରରୁ ଝାରସୁଗୁଡ଼ା ଟ୍ରେନରେ ଯଦି ଆପଣ ଯାତ୍ରା କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ସମ୍ବଲପୁର ଷ୍ଟେସନଠାରୁ ୫ କିମି ଦୂରରେ ଅନେକ ସ୍ଥାନରେ ଟ୍ରେନ ଲାଇନରେ ରହୁଥିବା ସ୍ଲିପର ଭାଂଗିଗଲାଣି । ଯାହା ଲାଇନକୁ ମଜବୁତ କରିବା ସହ ଟ୍ରେନ ଲାଇନକୁ ଜା‍ବୁଡି ଧରି ରଖିଥାଏ । କିନ୍ତୁ ଏହି ସ୍ଲିପର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଗଲାଣି । ଯେକୌଣସି ସମୟରେ ଛିଣ୍ଡି ଯିବାର ସମ୍ଭାବନା ରହିଛି । ନିୟମ ହିସାବରେ ସ୍ଲିପର ପୁରୁଣା ହୋଇଗଲେ ତାକୁ ପରିବର୍ତ୍ତନ କରାଯିବା କଥା । ହେଲେ ଏହାକୁ ଏପର୍ଯ୍ୟନ୍ତ ବଦଳାଯାଇନାହିଁ ।