ସର୍ଭିସ ରିଭଲଭରରୁ ନିଜକୁ ଗୁଳିକଲେ ଏସଆଇ

ଜୟପୁର: ସର୍ଭିସ ରିଭଲଭରରୁ ନିଜକୁ ଗୁଳିକଲେ ଏସଆଇ । କୋରାପୁଟ ଜିଲ୍ଲା ପୋଲିସ ମୁଖ୍ୟାଳୟର ଘଟଣା । ନିଜକୁ ଗୁଳିକରି ଏସଆଇ ନରେନ୍ଦ୍ର ବିଶ୍ବାଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କୋରାପୁଟ ମେଡିକାଲ କଲେଜ ଓ ପରେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ନରେନ୍ଦ୍ରଙ୍କ ବାମପାଖ ମୁହଁରେ ଗୁଳି ବାଜିଥିବା ସୂଚନା ମିଳିଛି । ଏହି ସମୟରେ ଏସପି ମଧ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ତେବେ କେଉଁ କାରଣ ପାଇଁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ଏସପି ତଦନ୍ତ ଆରମ୍ଭ କରିଛନ୍ତି ।