ଖୋର୍ଦ୍ଧା : ରାତି ଅଧରେ ଗୁହାଳେ ପଶିଲେ ଚୋର। ବ୍ୟାଗରେ ଭର୍ତ୍ତି କରି ନେଇଯାଉଥିଲେ ୮ଟି ମେଣ୍ଢା । ଖବର ପାଇ ମାଡିବସିଲେ ସ୍ଥାନୀୟ ଲୋକେ । ଏପରି ଘଟଣା ଘଟିଛି ଜଟଣୀ ଥାନା ବେଣାପଞ୍ଜରୀ ପଞ୍ଚାୟତ ପାଣ୍ଡିଆବିଲି ଠାରେ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗୁହାଳରେ ପଶି ୮ଟି ମେଣ୍ଢା ଚୋରି କରି ନେଇଯାଉଥିଲେ । ସ୍ଥାନୀୟ ଲୋକମାନେ ଏହା ଦେଖି ଦୁର୍ବୃତ୍ତଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ।
ଅଭିଯୁକ୍ତମାନେ ଏହି ସମୟରେ ବ୍ଲାଙ୍କ ଫାୟାରିଂ କରିଥିବା ଅଭିଯୋଗ ହୋଇଛି । ଲୋକମାନେ ଜଣଙ୍କୁ କାବୁ କରି ନିସ୍ତୁକ ପିଟିବା ପରେ ପୋଲିସର ଜିମା ଦେଇଛନ୍ତି । ସୋମାନଙ୍କ ନିକଟରୁ ୮ ଟି ମେଣ୍ଢା ଉଦ୍ଧାର କରାଯାଇଛି । ପୂର୍ବରୁ ମଧ୍ୟ ଏକାଧିକ ଥର ସ୍ଥାନୀୟ ଅଞ୍ଚଳରେ ଚୋରି ହେଉଥିବା ଅଭିଯୋଗ ହେଉଛି।

