ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ଆଜି ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଗତକାଲି ସନ୍ଧ୍ୟାରୁ ସରିଛି ପ୍ରଚାର । ରାଜ୍ୟର ୧୮୬ଟି ଜିଲ୍ଲା ପରିଷଦ ଜୋନ ଓ ୧୫୧୪ ପଞ୍ଚାୟତରେ ଭୋଟଗ୍ରହଣ ହେବ । ୨୦ ହଜାର ୪୩୬ଟି ଓ୍ବାର୍ଡମେମ୍ବର ଆସନ ପାଇଁ ହେବ ଜନମତ । ଏଥିପାଇଁ ପ୍ରସ୍ତୁତ ହୋଇଛି ବୁଥ୍ । ଆଜି ସମସ୍ତ ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି । ପ୍ରଥମ ପର୍ଯ୍ୟାୟ ପରି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ତେବେ ଯେଉଁ ବୁଥ୍ ସବୁ ସମ୍ବେଦନଶୀଳ ରହିଛି ସେଠାରେ ପୋଲିସ ଫ୍ଲାଗମାର୍ଚ୍ଚ କରୁଛି । ଓ୍ବାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟରମାନେ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟ ଦେବେ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ । ସେପଟେ ଆସନ୍ତାକାଲି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ।

Leave a Reply