ଏଡସ୍ ଓ କରୋନା ସଚେତନତା ନେଇ ‘ସକାଳ ଓ ନନ୍ଦିଘୋଷ ଟିଭି’ର ମିନି ମାରାଥନ୍ ଆରମ୍ଭ

1 min read

ଭୁବନେଶ୍ୱର: ଓଡ଼ିଆ ଦୈନିକ ଖବରକାଗଜ ‘ସକାଳ’ର ଆଜି ପ୍ରଥମ ସ୍ୱନକ୍ଷତ୍ର ଦିବସ  । ଏହା ସହିତ ଆଜି  ବିଶ୍ୱ ଏଡସ୍ ଦିବସ  । ଏହି ଅବସରରେ ଆଜି ଅନୁଷ୍ଠିତ ହୋଇଛି ମିନି ମାରାଥନ  । ରାଜ୍ୟର ୯ଟି ସହରରେ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ମିନି ମାରାଥନ୍‌ର ଆୟୋଜନ କରାଯାଇଛି  ।  ଯାହାରା ଥିମ୍ ରହିଛି `ଆମେ ଲଢିବା, ଆମେ ବଢ଼ିବା’ । ସତର୍କତା ଓ ସଚେତନତା ହିଁ ଏଡସ୍‌ ଓ କରୋନା ମହାମାରୀ ବିରୋଧରେ ଲଢିବାର ବଡ଼ ଅସ୍ତ୍ର  ।

https://www.facebook.com/NandighoshaTV/videos/270886848401947

ଏହାକୁ ପାଥେୟ କରି ବିଶ୍ୱ ଏଡସ ଦିବସ ଅବସରରେ ମିନି ମାରାଥନର ଆୟୋଜନ କରିଛି ସକାଳ ଓ ନନ୍ଦିଘୋଷ ଟିଭି  । ସକାଳ ସାଢେ ୬ଟାରୁ ଆରମ୍ଭ ହୋଇଛି  ଗଣଦୌଡ଼  । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଜୟପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନୁଗୁଳରେ ପୂର୍ବ ସ୍ଥିରୀକୃତ ସ୍ଥାନ ଓ ସମୟରେ ଏହି ମିନି ମାରାଥନ ହୋଇଛି  । ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରୁ ଗଣଦୌଡ଼ ଆରମ୍ଭ ହୋଇଛି । ଯାହା ଏକାମ୍ର ହାଟରେ ଶେଷ ହୋଇଛି ।

ଭୁବନେଶ୍ୱରରେ ଅନୁଷ୍ଠିତ ମିନି ମାରାଥନ୍‌କୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦୈନିକ ସକାଳ ସିଇଓ ସୁବ୍ରତ ଦାଶ,  ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ, ସମାଜସେବୀ ମୀରା ପରିଡ଼ା, ଅଭିନେତା ସବ୍ୟସାଚୀ, ଅର୍ଚ୍ଚିତା, ପପୁ ପମପମ, ଦୟା, ଶଙ୍କର ଉପସ୍ଥିତ ଥିଲେ ।

ବ୍ରହ୍ମପୁରରେ ଆୟୋଜିତ ମିନି ମାରାଥନ୍ କାର୍ଯ୍ୟକ୍ରମକୁ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ବ୍ରହ୍ମପୁର ୟୁନିଭର୍ସିଟିର ପୂର୍ବତନ ଭିସି ପ୍ରଫେସର ଜୟନ୍ତ ମହାପାତ୍ର, ନନ୍ଦିଘୋଷ ଟିଭି ସମ୍ପାଦକ ଶିଶିର ଭଟ୍ଟମିଶ୍ର ଉପସ୍ଥିତ ଥିଲେ ।

ବାଲେଶ୍ୱରରେ କାର୍ଯ୍ୟକମ ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ । ବିଧାୟକ ସ୍ୱରୂପ ଦାସ, ବିଜେଡି ନେତ୍ରୀ ସୁବାସିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲାରେ ଶୁଭାରମ୍ଭ କଲେ RSP ଇଡି ପ୍ରମୋଦ ଶତପଥୀ । ପୂର୍ବତନ ହକି ଖେଳାଳି ଲାଜରୁସ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବଲପୁରରେ ଶୁଭାରମ୍ଭ କଲେ ଜିଏମ୍ ୟୁନିଭର୍ସିଟି କୁଳପତି ଏମ ନାଗାରାଜୁ ଓ ଏସପି ଡି ଗଙ୍ଗାଧର । ଟାଟା ପାଓ୍ୱାର ସିଇଓ ଥିଲେ ସାମିଲ ।ସେହିଭଳି କଟକରେ ଅନୁଷ୍ଠିତ ମିନି ମାରାଥନ୍ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବିଧାୟକ ଦେବୀ ରଂଜନ ତ୍ରିପାଠୀ ।

ପୁରୀରେ ଏସପି କେ ବିଶାଲ ସିଂ ଶୁଭାରମ୍ଭ କରିଥିବା ବେଳେ ଅନୁଗୁଳରେ ଶୁଭାରମ୍ଭ କଲେ ଡିଆଇଜି ସାର୍ଥକ ଷଡ଼ଙ୍ଗୀ । ସେହିଭଳି ଜୟପୁରରେ ଶୁଭାରମ୍ଭ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ଏସପି ବି ଗୁଣ୍ଠାପଲ୍ଲୀ  ।

Leave a Reply