ରୁଷ ସୈନ୍ୟଙ୍କ ବର୍ବର କାଣ୍ଡ, ପୁରୁଷଙ୍କୁ କରୁଛନ୍ତି ଦୁଷ୍କର୍ମ

ନୂଆଦିଲ୍ଲୀ: ସବୁ ସୀମା ଟପିଯାଇଛନ୍ତି ରୁଷ ସୈନ୍ୟ । ଆହୁରି ଲମ୍ବା ହୋଇଯାଇଛି ରୁଷ ସୈନ୍ୟଙ୍କ ଅମାନବୀୟ ଓ ବର୍ବର କାଣ୍ଡର ତାଲିକା । ଦୀର୍ଘ ୨ ମାସ ଧରି ଚାଲିଥିବା ଯୁଦ୍ଧ କେବେ ଥମିବ ତା ନାଁ ନେଉ ନଥିଲାବେଳେ ୟୁକ୍ରେନରେ ଧ୍ବସଂଲୀଳା ରଚିଚାଲିଛି ରୁଷିଆ । ଏହି ଯୁଦ୍ଧରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଥିଲାବେଳେ ଅନେକ ଯୁବତୀ, ମହିଳା ଏବଂ ନାବାଳିକାଙ୍କୁ ବନ୍ଦୀ କରି ରଖିଛନ୍ତି ରୁଷୀୟ ସୈନ୍ୟ । କେବଳ ଏତିକି ନୁହେଁ ସେମାନଙ୍କ ମଧ୍ୟରୁ ଅନେକ ଗର୍ଭବତୀ ଥିବା ମଧ୍ୟ ଏବେ ଚିନ୍ତାର ବିଷୟ ପାଲଟିଛି ।

ସେଠାରେ ମହିଳାଙ୍କ ଭଳି ପୁରୁଷ ମଧ୍ୟ କମ୍ ଶୋଷଣର ଶିକାର ହେଉନାହାନ୍ତି । ରୁଷ ସୈନ୍ୟ ପୁରୁଷ ଏବଂ ବାଳକମାନଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଛି ଜାତିସଂଘ । ରୁଷ ସୈନ୍ୟଙ୍କ ଏଭଳି ହିଂସାତ୍ମକ ଆଚରଣର ଖବର ସାମ୍ନାକୁ ଆସୁଥିବାରୁ ଏ ନେଇ ଅଭିଯୋଗ ଆଣିବା ବି ଆହ୍ବାନପୂର୍ଣ୍ଣ । ସେଠାରେ ଏଭଳି ନିର୍ଯାତନା ସହୁଥିବା ମହିଳା ଏବଂ ପୁରୁଷଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ବେଶ ଜରୁରୀ ହୋଇପଡ଼ିଛି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଫେବୃଆରୀ ୨୪ରେ ମିଲିଟାରୀ ଅପରେସନ୍ ଆରମ୍ଭ କରିଥିବା ରୁଷକୁ ନିରାଶ ହେବାକୁ ପଡ଼ିଛି । ଦିନକୁ ଦିନ ବିଫଳତା ହାସଲ କରୁଥିବାରୁ ନିରାଶ ହୋଇ ସେମାନେ ଏଭଳି ଅମାନବୀୟ କାମ କରୁଛନ୍ତି ।