ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓ ହେବ ଭିଡ଼ ମୁକ୍ତ

ଭୁବନେଶ୍ୱର: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ବା ଆରଟିଓ ହେବ ଭିଡ଼ ମୁକ୍ତ । ସବୁ ସେବା ମିଳିବ ହାତ ପାଆନ୍ତାରେ । ପୂର୍ବରୁ ଅନେକ ସୁବିଧା ଅଫଲାଇନ ବଦଳରେ ଅନଲାଇନ ହୋଇସାରିଛି । ତେବେ ଭାରୀଯାନ ଗାଡିମାଲିକଙ୍କ ଅଫରୁଟ ପାଇଁ ଥିଲା ସମସ୍ୟା । ଏଣିକି ବସ୍ ମାଲିକଙ୍କୁ ନିଜ ଗାଡିର ଅଫରୁଟ୍ ଆବେଦନ ଓ ଅନୁମତି ସବୁକିଛି ପାଇଁ ଆଉ ଆରଟିଓକୁ ଦୌଡ଼ିବାକୁ ପଡିବନି ।
କେବଳ ଅଫରୁଟ୍ ନୁହଁ ବରଂ ପଞ୍ଜିକରଣ, ଫିଟନେସ ଓ ପରମିଟ ସବୁକିଛି ଅନଲାଇନ ହେବ । ଏହାଦ୍ୱାରା ଟିକସ ଫାଙ୍କିବାକୁ ଚେଷ୍ଟା କରୁଥିବା ଗାଡିମାଲିକ ଧରା ପଡିବେ ଏବଂ ଏହା ରାଜ୍ୟ ସରକାରଙ୍କ ଏକ ବଡ଼ପଦକ୍ଷେପ ବୋଲି କହିଛନ୍ତି ସଡ଼କ ସୁରକ୍ଷା ପରାମର୍ଶଦାତା । ସେପଟେ ସରକାରଙ୍କ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତିରାଜଧାନୀ ବସ ମାଲିକ ସଙ୍ଘ