ଦୁର୍ଘଟଣା ଆହତଙ୍କୁ ମେଡିକାଲରେ ଭର୍ତ୍ତି କଲେ ସାଂସଦଙ୍କ ପିଏସଓ

ଭଦ୍ରକ: ଦୁର୍ଘଟଣାରେ ଆହତ ୩ ଜଣଙ୍କୁ ରାସ୍ତାରୁ ଉଠାଇ ମେଡିକାଲରେ ଭର୍ତ୍ତି କଲେ ସଂସଦ ମଞ୍ଜୁଲତା ମଣ୍ଡଳଙ୍କ ପିଏସଓ ତଥା ଭଦ୍ରକ ରିଜର୍ଭ ପୋଲିସର ଏପିଆର ହାବିଲଦାର ଅଶୋକ କୁମାର ବେହେରା । ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଦ୍ରକ ମୁଖ୍ୟ ମେଡିକାଲକୁ ପଠାଇଛନ୍ତି ।

ସୂଚନାଯୋଗ୍ୟ, ତିହିଡି ଅଞ୍ଚଳର ଜନୈକା ବୃଦ୍ଧାଙ୍କୁ ତାଙ୍କ ସମ୍ପର୍କୀୟ ବାଇକ ଯୋଗେ ଚରମ୍ପା ଷ୍ଟେସନକୁ ଆଣୁଥିଲେ । ସେଠାରୁ ଟ୍ରେନ ଯୋଗେ କଟକ ମେଡିକାଲ ଯିବାର ଥିଲା । ହେଲେ ଯିବା ବାଟରେ ଡାହାଣୀଗଢିଆ ଛକ ନିକଟରେ ଦୁର୍ଘଟଣା ଗ୍ରସ୍ଥ ହୋଇ ୩ ଜଣ ଗୁରୁତର ହୋଇଥିଲେ । ଏହି ସମୟରେ ଅଶୋକ ମର୍ଣ୍ଣିଂଓ୍ବାକରେ ସେହି ବାଟ ଦେଇ ଯାଉଥିବା ବେଳେ ସେମାନଙ୍କ ଉପରେ ନଜର ପଡ଼ିଥିଲା । ଏହାପରେ ସେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ୩ ଆହତଙ୍କୁ ମେଡିକାଲ ପଠାଇଥିଲେ । ପୋଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply