ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ
1 min read
ସମ୍ବଲପୁର : ଚଳିତ ବର୍ଷ ସମ୍ବଲପୁରରେ ହନୁମାନ ଜୟନ୍ତୀରେ ଶୋଭାଯାତ୍ରା ବନ୍ଦ ରହିବ l ଶାନ୍ତି କମିଟି ବୈଠକ ପରେ ଏନେଇ ଜିଲ୍ଳା ପ୍ରଶାସନ ନିଷ୍ପତ୍ତି ନେଇଛି । ଗତବର୍ଷ ହୋଇଥିବା ଅସୁବିଧା ଏବଂ ନିର୍ବାଚନକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ ଦିନକ ପୂର୍ବରୁ ହେବାକୁ ଥିବା ବାଇକ ରାଲିକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି l ହନୁମାନ ଜୟନ୍ତୀ ସହ ଶ୍ରୀରାମ ଜୟନ୍ତୀରେ ମଧ୍ୟ ଶୋଭାଯାତ୍ରା ମନା ହୋଇଛି । କେବଳ ବିଧିରକ୍ଷା ପାଇଁ ମନ୍ଦିରମାନଙ୍କରେ ପୂଜାର୍ଚ୍ଚନା କରାଯିବ l