ଦେଶର ଅବସ୍ଥା ଦେଖି କାନ୍ଦି ପକାଇଲେ ପାକ୍ ପ୍ରଧାନମନ୍ତ୍ରୀ, IMF କହୁଛି ପାଳନ କର ସର୍ତ୍ତ

ଇସଲାମାବାଦ: ପାକିସ୍ତାନର ଆର୍ଥିକ ଅବସ୍ଥା ଦେଖି କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ଦେଶରେ ଆର୍ଥିକ ଅବସ୍ଥାକୁ ସ୍ଥିର କରିବା ପାଇଁ ଆଇଏମଏଫର କଠୋର ସର୍ତ୍ତକୁ ସମାଲୋଚନା କରିଛନ୍ତି ଶେହବାଜ । ଆଇଏମଫ ପାଇଁ ଦେଶରେ ଦରବୃଦ୍ଧି ଆହୁରି ସଙ୍ଗୀନ ହୋଇଛି ବୋଲି ଶେହେବାଜ କହିଛନ୍ତି । ଆଇଏମଏଫର ସର୍ତ୍ତ ମାନିବା ପାଇଁ ଦେଶବାସୀଙ୍କ ବିରୋଧରେ ଯିବାକୁ ପଡ଼ିଛି । ଦୈନନ୍ଦିନ ସାମଗ୍ରୀ ଏବେ ଲୋକଙ୍କ ହାତପାହାନ୍ତାରେ ନାହିଁ ବୋଲି କହିଛନ୍ତି ଶେହେବାଜ ।

ଦେଶର ଅର୍ଥମନ୍ତ୍ରାଳୟକୁ ଏଭଳି ସ୍ଥିତିର ନିୟନ୍ତ୍ରଣ ପାଇଁ ଆଉ କିଛି ବାଟ ନାହିଁ । ତେଣୁ ଆଇଏମଏଫ ଯାହା କହୁଛି ତାହା କରିବାକୁ ବାଧ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । କିନ୍ତୁ ଦେଶବାସୀଙ୍କ ଦୁଃଖକୁ ଆଉ ବରଦାସ୍ତ କରିବା ସହ୍ୟ ହେଉନାହିଁ ବୋଲି କହିଛନ୍ତି ସରିଫ । ଦେଶର ଟଙ୍କା ତୁଳନାରେ ଡଲାର ମୂଲ୍ୟ ଅଧିକ ହେଉଥିବା ବେଳେ ବିନିମୟ ମୂଲ୍ୟ ଏବେ ଆକାଶ ଛୁଆଁ ହୋଇଛି ।