ମେ’ ପହିଲାରୁ ବଢ଼ିବ ଛେନା, ପନିର ଓ କଞ୍ଚା ଖୁଆର ଦର

କଟକ: ମେ’ ପହିଲାରୁ ଛେନା, ପନିର, କଞ୍ଚା ଖୁଆର ପାଇକାରୀ ଦର ବୃଦ୍ଧି ହେବ । ଏନେଇ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । ବର୍ଦ୍ଧିତ ଦର ଅନୁଯାୟୀ ଛେନା କିଲୋ ପିଛା ୧୯୫ ଟଙ୍କା, ପନିର କିଲୋ ପିଛା ୨୫୫ ଟଙ୍କା, କଞ୍ଚା ଖୁଆ କିଲୋ ପିଛା ୩୨୦ ଟଙ୍କାରେ ବିକ୍ରି ହେବ । କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଥିବା ବେଳେ ଗୋ ଖାଦ୍ୟ ଓ ଅନ୍ୟ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ପାଇଥିବାରୁ ଦୁଗ୍ଧ ଜାତ ଦ୍ରବ୍ୟର ଦର ବୃଦ୍ଧି ପାଇଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।