୨ଟଙ୍କା ବଢ଼ିବ ଓମଫେଡ କ୍ଷୀର ଦର

ଭୁବନେଶ୍ବର: ପୁଣି ମହଙ୍ଗା ହେବ ଓମଫେଡ କ୍ଷୀର ଦର । ଏବେ ୨ଟଙ୍କା ମହଙ୍ଗାରେ ଆପଣଙ୍କୁ କିଣିବାକୁ ପଡ଼ିବ କ୍ଷୀର । ଆସନ୍ତା ୨୧ ତାରିଖରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ । ଏବେ ବଜାରରେ ୫୦୦ ମିଲି ପ୍ୟାକେଟର କ୍ଷୀରର ଦର ରହିଛି ୨୩ ଟଙ୍କା । ଏହା ବଢି ୨୪ ଟଙ୍କା ହେବ । ଓମଫେଡ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
କୃଷକଙ୍କ ମୂଲ୍ୟ ବୃଦ୍ଧି , ସବୁଜ ଓ ଶୁଖିଲା ଚାରାର ମୂଲ୍ୟ , ଔଷଧ, ଇନ୍ଧନ ମୂଲ୍ୟ ଓ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଓମଫେଡ କ୍ଷୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଓମଫେଡ ଗୋଲ୍ଡ ଏବଂ ଓମଫେଡ ପ୍ରିମିୟମ ୫୦୦ ମିଲିକୁ ୨୪ ଟଙ୍କା ଓମଫେଡ ଟୋନଡ ୫୦୦ ମିଲିକୁ ୨୧ ଟଙ୍କା ହେବ । ଇନପୁଟ ଖର୍ଚ୍ଚ ର ବୃଦ୍ଧିକୁ ବିଚାରକୁ ନେଇ କ୍ଷୀର ଦର ବୃଦ୍ଧି କରାଯାଇଛି ବୋଲି ସୂଚନା ଦିଆଯାଇଛି ।