ମଙ୍ଗଳ ଗ୍ରହକୁ ନାସା ପଠାଇଥିବା ପ୍ରିଜର୍ଭାନ୍ସ ରୋଭର ଅମ୍ଲଜାନ ସୃଷ୍ଟି କରିଛି

1 min read

ନନ୍ଦିଘୋଷ ବ୍ୟୁରୋ : ମଙ୍ଗଳ ଗ୍ରହରେ ସମ୍ଭବ ହୋଇପାରେ ଜୀବନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାକୁ ମିଳିଛି ବଡ଼ ସଫଳତା । ମଙ୍ଗଳ ଗ୍ରହକୁ ନାସା ପଠାଇଥିବା ପ୍ରିଜର୍ଭାନ୍ସ ରୋଭର ଜରିଆରେ ସେଠାରେ ଅମ୍ଲଜାନ ସୃଷ୍ଟି କରାଯାଇଥିବା କହିଛି ସଂସ୍ଥା । ମାସାଚୁସେଟେସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏମଆଇଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମାର୍ସ ଅକ୍ସିଜେନ ଇନ-ସିଟୁ ରିସୋର୍ସ ୟୁଟିଲାଇଜେସନ ଏକ୍ସପେରିମେଣ୍ଟ ବା ମୋକ୍ସି ଜରିଆରେ ଏହି ଅମ୍ଳଜାନ ସୃଷ୍ଟି କରାଯାଇଛି । ମୋକ୍ସିର ଆକାର ଏକ ମାଇକ୍ରୋଓ୍ବେଭ ଓଭନ ଆକାରର ହୋଇଥିବାବେଳେ ତହିଁରୁ ଅମ୍ଳଜାନ ବାହାରିବା ମଙ୍ଗଳ ଅଭିଯାନର ସଫଳତାକୁ ଆଶା ଦେଇଛି । ଏହି ରୋଭର ଅଙ୍ଗାରକାମ୍ଳଜାନକୁ ଅମ୍ଳଜାନରେ ପରିଣତ କରିଥିବା ସୂଚନା ମିଳିଛି ।Water on Mars? NASA just made a shocking revelation about Mars | Tech News

ଗତ ୨୦୨୧ରେ ମୋକ୍ସିକୁ ମଙ୍ଗଳରେ ଅବସ୍ଥାପିତ କରାଯାଇଥିଲା । ତହିଁରୁ ୧୨୨ ଗ୍ରାମ ଅମ୍ଳଜାନ ସୃଷ୍ଟି ହୋଇଛି । ଏହି ଅମ୍ଳଜାନ ୯୮ ପ୍ରତିଶତ ବିଶୁଦ୍ଧ ଏବଂ ଉଭୟ ଇନ୍ଧନ ଓ ପ୍ରଶ୍ବାସ ଲାଗି ଯୋଗ୍ୟ । ଉଭୟ ମଙ୍ଗଳ ଓ ଚନ୍ଦ୍ର ଲାଗି ଅମ୍ଳଜାନ ଉତ୍ସ ଜରୁରୀ ହୋଇଥିବାବେଳେ ମଙ୍ଗଳରେ ଅମ୍ଳଜାନ ସୃଷ୍ଟି ଗୁରୁତ୍ବପୂର୍ଣ୍ଣ ହୋଇଛି । ଏଣିକି ମଙ୍ଗଳକୁ ମାନବ ପଠାଇବା ସମ୍ଭବ ହୋଇପାରେ ବୋଲି ଆଶା କରାଯାଉଛି । ମଙ୍ଗଳରେ ଏହି ରୋଭର ଇଲେକ୍ଟ୍ରୋକେମିକାଲ ପ୍ରକ୍ରିୟା ଜରିଆରେ କାର୍ବନ ଡାଇଅକ୍ସାଇଡର ପ୍ରତି କଣିକାରୁ ଅମ୍ଳଜାନ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ।