ଉମରକୋଟ ପୋଲିସକୁ ବଡ଼ ସଫଳତା, ଲୁଟ୍ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସକୁ ବଡ଼ ସଫଳତା । ଲୁଟ୍ ମାମଲାରେ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୧ ଲକ୍ଷ ୮୪ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଫୋନ୍ ଜବତ ହୋଇଛି । ୨ ଲକ୍ଷରୁ ଅଧିକ ଟଙ୍କା ଧରି ଘରକୁ ଫେରିବାବେଳେ ନିଧନ ଗୌଡ଼ଙ୍କ ଠାରୁ ଲୁଟ୍ ହୋଇଥିଲା ଟଙ୍କା । ଜାମପାଣି ଗାଁର ପଦ୍ମନ୍ ଗୌଡ଼, କେଶବ ଗୌଡ଼ ଓ ଜଗନ୍ନାଥ ଗୌଡ ତାଙ୍କୁ ଆକ୍ରମଣ କରି ଟଙ୍କା ଲୁଟିନେଇଥିଲେ । ଏନେଇ ଉମରକୋଟ ଥାନାରେ ଅଭିଯୋଗ ପରେ ତଦନ୍ତ କରି ତିନି ଅଭିଯୁକ୍ତଙ୍କୁ କୋରାପୁଟ ଜିଲ୍ଲାରୁ ଗିରଫ କରିଛି ପୋଲିସ ।