କୁକୁଡା ଚୋରି ଅଭିଯୋଗରେ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

1 min read

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ପାଟପୁର ଥାନାଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଦେଶୀ କୁକୁଡା ଚୋରି ଅଭିଯୋଗ ରେ ୪ ଜଣ ଯୁବକ କୁ ପାଟପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଯୁବକ ମାନେ ରାମଚନ୍ଦ୍ରପୁର ଗ୍ରାମର ବିକି ବିଷୋୟୀ, ସନାତନ ବିଷୋୟୀ, ଦିବାକର ବିଷୋୟୀ ଓ ଶ୍ରୀରାମ ବିଷୋୟୀ l ସୂଚନା ମୁତାବକ ରାମଚନ୍ଦ୍ରପୁର ଗ୍ରାମର ସଞ୍ଜୟ ଜେନା ଗ୍ରାମ ନିକଟରେ ଏକ ଦେଶୀ କୁକୁଡା ଫାର୍ମ କରିଛନ୍ତି l ଗତ ୧୫ ତାରିଖରେ କେହି ଦୁର୍ବୃତ୍ତ କୁକୁଡା ଫାର୍ମ ରେ ପଶି ଘର ତାଲା ଭାଙ୍ଗି ଫାର୍ମ ରେ ପଶି ୩୦ ଗୋଟି ଦେଶୀ କୁକୁଡା ଚୋରୀ କରି ନେଇଯାଇଥିବା ବେଳେ ଦୁଇଟି ପାଣି ମୋଟର କୁ ମଧ୍ଯ ଚୋରି ହୋଇଯାଇଥିଲା l ଏନେଇ ଫାର୍ମ ମାଲିକ ଖୋଜାଖୋଜି କରି ଜାଣିବାକୁ ପାଇଥିଲେ ତାଙ୍କ ଗ୍ରାମର ୪ ଜଣ ଯୁବକ ତାଙ୍କ କୁକୁଡା ଫାର୍ମ ରୁ ତାଲା ଭାଙ୍ଗି କୁକୁଡା ଓ ପାଣି ମୋଟର ଚୋରୀ କରି ନେଇଥିବା ଜାଣିବାକୁ ପାଇ ରବିବାର ପାଟପୁର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପାଟପୁର ପୋଲିସ ୪ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଅଜୟ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି l ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ମାନଙ୍କୁ ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି l