ଆମ୍ବୁଲାନ୍ସ ଆସିବା ବିଳମ୍ବ ହେବାରୁ ରୋଗୀ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ

ଭୁବନେଶ୍ୱର : ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ରୋଗୀ ସମ୍ପର୍କୀୟଙ୍କ ଉନ୍ମତ୍ତକାଣ୍ଡ । ହସ୍ପିଟାଲରେ ଛାଡ଼ିଲେନି କିଛି ଭାଙ୍ଗିପକାଇଲେ ସବୁକିଛି ।  ଡାକ୍ତରଙ୍କୁ ଦୁର୍ବବ୍ୟବହାର ସହ ହସ୍ପିଟାଲ୍‌ ପରିସରରେ ଭଙ୍ଗାରୁଜା ଅଭିଯୋଗ ହୋଇଛି । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଏହି ଘଟଣା ଘଟିଛି । ହସ୍ପିଟାଲ୍‌ ପରିସରରେ ବାଲିପାଟଣା ପୋଲିସ୍ ପହଞ୍ଚି ତଦନ୍ତ କରୁଛି । ବୁଧବାର ତୁରିନ୍ତିରା ଗାଁର ମହେନ୍ଦ୍ର ଜେନା ଅସୁସ୍ଥ ହୋଇ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ସ୍ୱାସ୍ଥ୍ୟରେ ଉନ୍ନତି ନ ହେବାରୁ ଡାକ୍ତର ବି. ଏମ୍. ଶଙ୍କର ପଣ୍ଡା ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ରେଫର କରିଥିଲେ । ଏ ନେଇ ରୋଗୀଙ୍କ ସମ୍ପର୍କୀୟ ଆମ୍ବୁଲାନ୍ସ ଡକାଇ ଥିଲେ ।

ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ରୋଗୀଙ୍କ ୪ – ୫ ଜଣ ସମ୍ପର୍କୀୟ ଡାକ୍ତର ପଣ୍ଡାଙ୍କୁ ଦୁବ୍ୟବହାର ଓ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଡାକ୍ତରଙ୍କ ଟେବୁଲ୍ ଚେୟାର ଭଙ୍ଗାରୁଜା କରିବା ସହ ହସ୍ପିଟାଲ୍‌ ପରିସରରେ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।