ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଗତି ଦିଗହରା, ଅଭିବୃଦ୍ଧି ହାର ଛୁଇଁ ପାରିବନି ୬ ପ୍ରତିଶତ

1 min read

ଭୁବନେଶ୍ବର: ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଗତି ଦିଗହରା । ଡବଲ ଇଞ୍ଜିନ ସରକାରରେ ଡବଲ ସ୍ବପ୍ନ ଚୁରମାର । ଡବଲ ବିକାଶର ଅଭିବୃଦ୍ଧି ହାର ୬ ପ୍ରତିଶତ ବି ଛୁଇଁପାରିବ ନାହିଁ ବୋଲି ଆକଳନ କରିଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି l ଏହାରି ଭିତରେ ଅର୍ଥନୀତି ପରିଚାଳନା ସଠିକ୍ ନଥିବାରୁ ବିକାଶର ନକ୍ସା ଦିଗହରା ହୋଇଛି । ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ବିଜେପି ସରକାର ସମୟରେ ଅର୍ଥନୈତିକ ସ୍ଥିତି ପୂରା ଦେଶରେ ଦିଗହରା ହୋଇଛି l ଯାହାକୁ ସଜାଡିବାରେ ଫେଲ ମାରିଛି ବିଜେପି ସରକାର l ସେପଟେ ବିଜେଡି କହିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡିଶା ଆର୍ଥିକ ପରିଚାଳନାରେ ଦେଶରେ ଅଗ୍ରଣୀ ଥିଲା l ହେଲେ ୧୧ମାସର ବିଜେପି ସରକାର ଏହାକୁ ଠିକ ଦିଶାରେ ନେଇପାରୁନାହିଁ l ଫଳରେ ଓଡିଶାର ବିକାଶ ଆଜି ଠପ୍ ହୋଇଯାଇଛି l ଫଳରେ ବିକଶିତ ଗାଁ ଓ ବିକଶିତ ଓଡିଶାର ସ୍ବପ୍ନ ସ୍ବପ୍ନରେ ରହିଯିବ l ତେଣୁ ବିଜେପି ସରକାର ବିକାଶର ଅଭିବୃଦ୍ଧିକୁ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି l

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦେଶର ବିକାଶ ଅଭିବୃଦ୍ଧି ୬ ପ୍ରତିଶତ ଛୁଇଁବନାହିଁ ବୋଲି ବହୁ ପୂର୍ବରୁ ଆକଳନ କରିଛି l ଆଉ ଏବେ ପହଲଗାଓଁ ଆକ୍ରମଣ ନେଇ ଆଗକୁ କଣ ହେବ ତାହା ବି ଆକଳନ କରିପାରୁନାହାନ୍ତି ବିଶେଷଜ୍ଞ l ଡବଲ ଇଞ୍ଜିନ ସରକାର ବିକାଶ ଉପରେ ଓ ଆର୍ଥିକ ପରିଚାଳନା ଉପରେ ଫୋକସ କରିବାର ସମୟ ଆସିଛି ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି l ସେପଟେ ବିଜେପି କହିଛି ସବୁ ଦିଗକୁ ବିଚାରକୁ ନେଇ ଡବଲ ଇଞ୍ଜିନ ସରକାର କାମ କରୁଛି l

୨୦୦୦ ମସିହାରୁ ଓଡ଼ିଶାର ନେତୃତ୍ଵ ନେଇ ନବୀନ ପଟ୍ଟନାୟକ ଉଜୁଡ଼ା ଓଡ଼ିଶାକୁ ଅଭିବୃଦ୍ଧିଶାଳୀ ଓଡ଼ିଶାରେ ପରିଣତ କରିଥିଲେ l ଆର୍ଥିକ ପରିଚାଳନାରେ ଓଡ଼ିଶା ସାରା ଦେଶକୁ ବାଟ ଦେଖାଇଥିଲା l ଓଡିଶାର ବିକାଶ ବି ଦ୍ରୁତ ଗତିରେ ଆଗେଇ ଚାଲିଥିଲା l ହେଲେ ଡବଲ ଇଞ୍ଜିନ ସରକାର କେବଳ ସ୍ବପ୍ନ ଦେଖାଇ ଏଥିରେ ବ୍ରେକ୍ ଲଗାଇଛି l ଏପରି ସ୍ଥିତିରେ ବିକଶିତ ଭାରତ ଓ ବିକଶିତ ଓଡିଶାର ଆଜି ଗତି ଦିଶାହୀନ ହୋଇପଡିଛି ବୋଲି କୁହାଯାଉଛି ।