ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା: ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚିଲେ ମୃତକଙ୍କ ବାପା-ମାଆ

1 min read

ବଲାଙ୍ଗୀର: ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା । ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚିଲେ ବାପା-ମା ଓ ସଂପର୍କୀୟ । ବାପା ଡାକ୍ତର କ୍ରୀଷ୍ଣା କୁମାର ଓ ମା’ ସନ୍ତୋଷ ପହଞ୍ଚିବା ପରେ ଆଣିଲେ ସଙ୍ଗୀନ ଅଭିଯୋଗ । ରାଗିଂ କରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ସେପଟେ ସାଇଣ୍ଟିଫିକ ଟିମ୍‌ର ଯାଞ୍ଚ ଜାରି ରହିଛି । ଛାତ୍ର ରହୁଥିବା ୩୧୨ ନମ୍ବର ରୁମ୍ ସହ ବିଭିନ୍ନ ସ୍ଥାନରେ ଛାନବିନ୍ ଚାଲିଛି । କେମିତି ଛାତରୁ ପଡ଼ିଲେ ମେଡିକାଲ କଲେଜ ଛାତ୍ର ନିଶାନ୍ତ କୁମାର । ତା’ର ଛାନବିନ୍ କରୁଛି ସାଇଣ୍ଟିଫିକ୍ ଟିମ୍ ।

ଗତକାଲି ହଷ୍ଟେଲ ଛାତରୁ ଖସି ନିଶାନ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ନିଶାନ୍ତଙ୍କ ଘର ହରିୟାଣାରେ ହୋଇଥିବା ବେଳେ, ୧୦ ଦିନ ପୂର୍ବରୁ ହଷ୍ଟେଲକୁ ଆସିଥିଲେ । ମୃତଦେହ ପାଖରେ ରୁମ୍ ଚାବି ଓ ମୋବାଇଲ ପଡିଥିବା ଦେଖିବାକୁ ମିଳିଥିଲା । ନିଶାନ୍ତ କେମତି ଛାତରୁ ପଡ଼ିଲେ?  ନା କିଏ ତାଙ୍କୁ ଛାତରୁ ଠେଲି ଦେଲା? ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ପୂରା ଚିତ୍ର ସ୍ପଷ୍ଟ ହେବ ।