ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନସିପରେ ବ୍ରୋଞ୍ଜ ଜିତିଲା ଓଡିଶା ମହିଳା ପୋଲିସ ହକି ଟିମ୍
1 min readବେଙ୍ଗାଲୁରୁ: ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନ୍ସିପରେ ଓଡ଼ିଶା ପୋଲିସ ମହିଳା ହକି ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ଏହି ଚାମ୍ପିୟାନସିପରେ ଓଡ଼ିଶା ପୋଲିସ ମହିଳା ହକି ଟିମ୍ ମହାରାଷ୍ଟ୍ରକୁ ୬-୦ ଗୋଲ୍ରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛି । ୨ଟି ଫିଲ୍ଡ ଗୋଲ୍ ଏବଂ ୪ଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଓଡ଼ିଶା ମହିଳା ପୋଲିସ ଏହି ସଫଳତା ହାସଲ କରିଛି । ଓଡ଼ିଶା ପୋଲିସ ମହିଳା ହକି ଟିମ୍ ତରଫରୁ ରଶ୍ମିତା ମିଞ୍ଜ ଚମତ୍କାର ଖେଳ ପ୍ରଦର୍ଶନ କରି ବହୁ ପ୍ରତୀକ୍ଷିତ ବିଜୟ ପ୍ରଦାନ କରିଥିଲେ । ରଶ୍ମିତା ୬ମିନିଟ୍, ୨୩ ମିନିଟ୍, ୩୭ ମିନିଟ୍ ଏବଂ ୩୯ ମିନିଟ୍ରେ ୪ଟି ଗୋଲ୍ ଦେଇ ମହାରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ କରି ଦେଇଥିଲେ । ସେହିପରି ଏଲିନ୍ ଲାକ୍ରା ୩୮ ମିନିଟ୍ ଓ ୫୬ ମିନିଟ୍ରେ ଅନ୍ୟ ଦୁଇଟି ଗୋଲ୍ ଦେଇ ଓଡ଼ିଶା ମହିଳା ପୋଲିସକୁ ବିଜୟୀ କରିଥିଲେ ।
Congratulations to #OdishaPoliceWomenHockey Team for winning Bronze Medal in the All India Police Women Hockey Championship by defeating Maharashtra by 6-0 goals today at Bengaluru.@CMO_Odisha @sports_odisha pic.twitter.com/P1RBndRX8r
— Odisha Police (@odisha_police) December 11, 2021
ଉଲ୍ଲେଖଯୋଗ୍ୟ ଯେ, ବେଙ୍ଗାଲୁରୁଠାରେ ଆୟୋଜିତ ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନସିପରେ ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି) ସିଆରପିଏଫକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ଏବଂ ସିଆରପିଏଫ୍ ଫାଇନାଲରେ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛି ।