ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା
1 min read
କଟକ: ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଓ ଦିନ ୧ଟାରୁ ୩.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ପେପର ୧ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ ପେପର ୨ରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପେପର-୧ ପାଇଁ ୩୩୮ ଓ ପେପର-୨ ପାଇଁ ୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିପାଇଁ ୪୦ଟି ନୋଡାଲ ସେଣ୍ଟର୍ ମଧ୍ୟ ରହିବ। ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ହେଡ୍ ଅଫିସ କଟକରେ କଣ୍ଟ୍ରୋଲ ରୁମ୍ କରାଯାଇଛି । ତେବେ କପି କରି ଧରା ପଡ଼ିଲେ ପରୀକ୍ଷାର୍ଥୀ ସବୁଦିନ ପାଇଁ ଅଯୋଗ୍ୟ ହେବେ ବୋଲି ବୋର୍ଡ ସଭାପତି ରାମାଶିସ ହାଜରା କହିଛନ୍ତି ।