ଓଡ଼ିଶା ହାଇକୋର୍ଟକୁ ଆସିବେ ୪ ନୂଆ ବିଚାରପତି

କଟକ: ଓଡ଼ିଶା ହାଇକୋର୍ଟ ପାଇବ ୪ନୂଆ ବିଚାରପତି। ୪ଜଣଙ୍କ ନାଁ ସୁପାରିସ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ବାର୍ରୁ ୨ଜଣ ଓ ୨ ଜଣ ଜୁଡିସିଆଲ ଅଫିସରଙ୍କ ନାଁ ସୁପାରିସ କରାଯାଇଛି। ବାର୍ରୁ ଆଦିତ୍ୟ କୁମାର ମହାପାତ୍ର ଓ ମୃଗାଙ୍କ ଶେଖର ସାହୁଙ୍କ ନାଁ ସୁପାରିସ କରାଯାଇଥିବାବେଳେ ଜୁଡିସିଆଲ ଅଧିକାରୀ ହେଲେ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର। ଏନେଇ ସୁପ୍ରିମକୋର୍ଟ କଲେଜିୟମର ବୈଠକ ବସି ନିଷ୍ପତ୍ତି ନିଆଯାଇଛି। ଏହି ଚାରି ଜଣଙ୍କୁ ନିଯୁକ୍ତି ମିଳିଲେ ଓଡ଼ିଶା ହାଇକୋର୍ଟରେ ଜଜ୍ଙ୍କ ସଂଖ୍ୟା ୧୯ ବୃଦ୍ଧି ପାଇବ।