ମହାରାଷ୍ଟ୍ରରେ ପ୍ରତି ୧୨ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି

1 min read

ସାରା ବିଶ୍ୱରେ ଚ୍ୟାଲେଂଜ ପାଲଟିଛି COVID-19  । ଭାରତରେ ସବୁ ଠପ୍‌, କରୋନା ମୁକାବିଲାକୁ ପ୍ରାଥମିକତା ଦିଆଯାଉଛି ।  ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ୧୬ଟି ରାଜ୍ୟରେ କରୋନା ତାଣ୍ଡବ ଜାରି ରଖିଛି କରୋନା । ରାଜସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସେଠାରେ ସରକାର ୧୪୪ ଧାରା ଜାରି କରିଛନ୍ତି । ପଶ୍ଚିମବଙ୍ଗରେ ପ୍ରଥମ ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ପ୍ରତି ୧୨ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତା ପଛକୁ ରହିଛି କେରଳ । ମୁକାବିଲା ପାଇଁ କେନ୍ଦ୍ର ସରକାର ୩ଟି ସ୍ତରରେ କାମ କରୁଛନ୍ତି ।

କରୋନା ପ୍ରଭାବକୁ ଦେଖି ବୈଷ୍ଣୋଦେବୀ ଯାତ୍ରାକୁ ବନ୍ଦ କରାଯାଇଛି । ଏଥିସହ ଦେଶର ବିଭିନ୍ନ ସ୍କୁଲରେ ପରୀକ୍ଷା ବାତିଲ କରାଯାଇଛି । ମାର୍ଚ ୩୧ ପରେ ପୁଣି ଥରେ ପରୀକ୍ଷା ପାଇଁ ଦିନ ଧାର୍ଯ୍ୟ ହେବ । ୧୬୭ଟି ଦେଶରେ କରୋନା କାୟା ମେଲାଇଲାଣି । ବିଶ୍ୱରେ ମୋଟ୍‌ ୧ ଲକ୍ଷ ୮୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୀନ ତଳକୁ ଇଟାଲୀ, ଇରାନ, ସ୍ପେନରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୂରା ସ୍ଥିତି ଉପରେ ନଜର ରଖିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆଜି ରାତିରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେବେ ।

Leave a Reply