ଗାଁ ମୁହାଁ ହାତୀପଲ, ଫସଲ ନଷ୍ଟ କରିବା ସହ ଘର ଭାଙ୍ଗୁଛନ୍ତି

ଅନୁଗୁଳ: ହାତୀ ଭୟରେ ରାତି କଟୁଛି । ବାରମ୍ବାର ଗାଁ ମୁହାଁ ହେଉଛନ୍ତି ହାତୀପଲ । ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗୁଛନ୍ତି । ଗତ ରାତିରୁ ଅନୁଗୁଳ ଜିଲା ଫୁଲପଡ଼ା ଗାଁ ନିକଟକୁ ଆସିଛନ୍ତି ଏକ ହାତୀପଲ ।
ସକାଳୁ ସକାଳୁ ହାତୀ ଗାଁ ଭିତରକୁ ମାଡ଼ି ଆସିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ହାତୀପଲରେ ୮ ଟି ହାତୀ ରହିଛନ୍ତି । ଢେଙ୍କାନାଳ ଜିଲ୍ଲା ବନାଞ୍ଚଳରୁ ବିଳମ୍ବିତ ରାତିରେ ନଦୀ ପାର ହୋଇ ନୂଆଁସାହିରୁ ଫୁଲପଡା ଆଡ଼କୁ ଆସିଛନ୍ତି ।
ବ୍ୟାପକ ପନିପରିବା ନଷ୍ଟ କରିଥିବା ଏହି ହାତୀପଲ ଏବେ କଇଁଛବାହାଲ ଗାଁ ନିକଟରେ ଥିବା ଜଣାପଡ଼ିଛି । ଖବର ପାଇ ବନ ବିଭଗ ଘଟଣା ସ୍ଥଳରେ ପହଞ୍ଚି ନଜର ରଖିଛି ।